ପ୍ରେମିକାକୁ ଗର୍ଭବତୀ କରି ପ୍ରେମିକ ଫେରାର, ହିଞ୍ଜିଳିକାଟୁ ଥାନାରେ ମାମଲା ରୁଜୁ ।

0 2,725

ଶେରଗଡ,୧୩/୦୮(ପିପିଟି); ଶେରଗଡ଼ ବ୍ଲକ ଅନ୍ତର୍ଗତ କୁଲାଗଡ଼ ଗ୍ରାମର କଂଗ୍ରେସ ସେଠୀଙ୍କ ପୁଅ ସମୀର ସେଠୀ (୨୨) ବିଜୟୱାଡା ଏକ ସୂତା କଳ ରେ କାମ କରୁଥିବା ବେଳେ ଶେରଗଡ଼ ବ୍ଲକ ର ନରେନ୍ଦ୍ରପୁର ଗ୍ରାମର ବିପ୍ର ନାହାକଙ୍କ ଝିଅ ୨୦( ମିତାଲି ଛଦ୍ମ ନାମ)ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଭୟଙ୍କ ପ୍ରେମ ସମ୍ପର୍କ ଦୀର୍ଘ ତିନି ବର୍ଷ ଧରି ଚାଲିଥିବା ବେଳେ ଉଭୟ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ିଉଠି ଥିଲା । ଏମିତି କିଛି ଦିନ ଗଲା ପରେ ଯେତେବେଳେ ଝିଅ ଟି ୮ ମାସର ଗର୍ଭବତୀ ହୋଇଥିଲା । ଗର୍ଭବତୀ ହେବାର ଖବର ଜାଣି ପୁଅଟି ସେହି ସ୍ଥାନରୁ ଫେରାଇ ହୋଇଥିଲା । ଫଳରେ ଝିଅର ପରିବାର ଲୋକେ ପୁଅର ଘର କୁଲାଗଡ଼କୁ ଯାଇ ଥିବା ବେଳେ ପୁଅ ଘର ଲୋକ ଘରେ ତାଲା ମାରି କେଉଁ ଆଡେ ଚାଲି ଯାଇଥିଲେ । ଏ ନେଇ ଝିଅ ର ପରିବାର ପକ୍ଷରୁ ୦୨/୦୮/୨୦୨୦ ତାରିଖରେ ହିଞ୍ଜିଳି ଥାନା କେଶ ନଂ 267/2020, 276(2)(n) IPC ରେ ଏକ ମାମଲା ରୁଜ୍ଜୁ କରିଛନ୍ତି । ବୁଧବାର ସନ୍ଧ୍ୟାରେ ସମାଜ ସେବୀ ପାର୍ବତୀ ବେହେରାଙ୍କ ଓ ଯୁବତୀଙ୍କ ପରିବାର ବର୍ଗ ଉକ୍ତ ଗ୍ରାମକୁ ଯାଇ ସରପଞ୍ଚ ଓ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ବାଧ୍ୟ ହୋଇ ପରିବାର ବର୍ଗ ଝିଅକୁ ସେହି ଗ୍ରାମର ଉକ୍ତ ଯୁବକର ବାରଣ୍ଡାରେ ଝିଅକୁ ଛାଡି ଚାଲିଆସିଥିଲେ । ସମାଜ ସେବୀ ପାର୍ବତୀ ବେହେରା ଗ୍ରାମ ବାସୀଙ୍କ ଉପସ୍ଥିତିରେ ଦାବି କରିଥିଲେ ଯେ ଉଭୟ ପୁଅ ଓ ଝିଅଙ୍କୁ ବିବାହ କରାଇ ଝିଅକୁ ଉଚିତ ନ୍ୟାୟ ପ୍ରଦାନ କରାଯାଉ । ଯେ ହେତୁ ସମୀର ସେଠି ଓ ତାର ପରିବାର ଲୋକେ ଘରେ ତାଲା ପକାଇ କେଉଁଆଡେ ଚାଲିଯାଇଥିଲେ, ଶେଷରେ ଝିଅଟି ଉପାୟ ଶୂନ୍ୟହୋଇ ଗ୍ରାମବାସୀଙ୍କ ଉପସ୍ଥିତିରେ ଘରର ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରି ରହିଥିଲେ କିନ୍ତୁ ଗୁରୁବାର ସକାଳେ ପୁଅ ଘର ପରିବାର ଆସି ଝିଅକୁ ଗଳାଧକ୍କା ମାରି ବାହାର କରିଦେଇଛନ୍ତି। ଝିଅ ବର୍ତ୍ତମାନ ପୁଅ ଘର ବାରଣ୍ଡାରେ ବସି ରହିଛି। ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.