ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡ଼କ ଯୋଜନା କାର୍ଯ୍ଯ ଅତି ନିମ୍ନମାନର।

0 270

ମାଲକାନଗିରି,୦୪/୦୧(ପିପିଟି): ଖଇରପୁଟ ବ୍ଲକର କୁଡୁମୁଲୁଗୁମ୍ମା ପଞ୍ଚାୟତ ଅନ୍ତର୍ଗତ କୁଡୁମୁଲ ଗୁମ୍ମା ଠାରୁ ମଜୁରଲେଣ୍ଡିକୁ ଯୋଗାଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡ଼କ ଯୋଜନାରେ ୯.୨୦୦ କିମି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଏହା ଅତି ନିମ୍ନ ମାନର କାର୍ଯ୍ଯ ଯୋଗୁଁ ପିଚୁ ଉଠି ଗଲାଣି । ଫଳରେ ଯାତାୟତ ଉପୋଯୋଗି ନହେବା ଫଳରେ ଉକ୍ତ ରାସ୍ତାରେ ଖାଲ ଖମା ହୋଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଏହି ରାସ୍ତା କାର୍ଯ୍ଯ ଗତ ତା:୧୦.୧୦.୨୦୧୭ ରେ ଆରମ୍ଭ କରାଯାଇଥିଲା ବେଳେ ତା:୦୯.୦୯.୨୦୧୮ ଆର୍ଥିକ ବର୍ଷରେ ନିର୍ମାଣ କାର୍ଯ୍ଯ ସମାପ୍ତ ହୋଇଥିଲା । ଏହି ୯.୨୦୦ ରାସ୍ତା ନିର୍ମାଣ ଲାଗି ୪୫,୮୫,୫୫୯ ଟଙ୍କ ବ୍ଯୟ ଅଟ୍ଟକଳ କରାଯାଇଥିଲା ବେଳେ ୫ ବର୍ଷ ମରାମତି ବାବଦକୁ ୩,୯୬,୭୦୭ ଟଙ୍କା ଅଟ୍ଟକଳ କରାଯାଇଛି । ମାଲକାନାଗିରି ସଦର ମହକୁମାର ଜୈନକ ଠିକାଦାର ଦ୍ଵାରା କାମ ହୋଇଥିଲା ବେଳେ ଏହି କାମ ଆରମ୍ଭରୁ ଅତି ନିମ୍ନ ହୋଇଥିଲା । ସ୍ଥାନୀୟ ଲୋକମାନେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୋଣସି ସୁଫଳ ମିଳିନଥିଲା।ଗ୍ରାମବାସୀମାନେ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା ଦେଖି ଅସନ୍ତୋଷ ବ୍ଯକ୍ତ କରିଥିବା ବେଳେ ଦୁଇ ଥର କାମକୁ ବନ୍ଦ କରିଥିଲେ । କିନ୍ତୁ ଗ୍ରାମବାସୀଙ୍କୁ ଭଲ କାର୍ଯ୍ଯ କରାଯିବ ବୋଲି ମିଥ୍ଯା ପ୍ରତିଶ୍ରୁତି ଦେଇ ଠିକାଦାର ନିମ୍ନ ମାନର କାର୍ଯ୍ୟ କରିବା ସହ ସମସ୍ତ ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।ଯାହା ଫଳରେ ରାସ୍ତାଟି ବର୍ଷେ ଦେଢ଼ ବର୍ଷ ମଧ୍ୟରେ ନଷ୍ଟ ହୋଇଯାଇଥିଲା। ଗ୍ରାମବାସୀମାନେ କହିବା ଅନୁସାରେ ଏହି କାମର ଦାୟିତ୍ଵରେ ଥିବା ଯନ୍ତ୍ରୀ କେବେ ହେଲେ ନିର୍ମାଣ ସମୟରେ କାମ ଦେଖିବାକୁ ଥରଟିଏ ମଧ୍ଯ ଆସିନଥିଲେ। ଫଳରେ କାମଟି ମନମୁଖୀ ଭାବରେ ଠିକାଦାର ସମାପ୍ତ କରିଥିଲା। ତେଣୁ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକାରେ ନିମ୍ନମାନ କାର୍ଯ୍ଯ ସମ୍ପନ୍ନ ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗ୍ରାମାଞ୍ଚଳର ସଂଯୋଗିକରଣ ଲାଗି ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡ଼କ ଯୋଜନାରେ ଉନ୍ନତମାନର ରାସ୍ତା ନିର୍ମାଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ମାଲକାନାଗିରି ଗ୍ରାମ୍ଯ ନିର୍ମାଣ ବିଭାଜନ-୧ ରେ ନିର୍ମାଣ କରାଯାଉଥିବା କାର୍ଯ୍ଯ ଅତିନିମ୍ନମାନର । ଏହା ବ୍ଯତୀତ ଉକ୍ତ ରାସ୍ତାକୁ ମରାମତି ପାଇଁ ୫ ବର୍ଷରେ ୩,୯୬,୭୦୭ ଟଙ୍କା ବ୍ଯୟ ଅଟ୍ଟକଳ କରାଯାଇଥିଲେ ମଧ୍ଯ ନିର୍ମାଣ ହେବାର ୩ ବର୍ଷ ବିତିଯାଇଥିଲେ ମଧ୍ଯ କୌଣସି ବର୍ଷ ମରାମତି କରାନ ଯାଇ ମିଥ୍ଯା ବିଲ କରାଯାଇ ଅର୍ଥ ହରିଲୁଟ ହୋଇଥିବା ଜଣାପଡିଛି । ଏହାକୁ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଠିକାଦାର ଏବଂ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.