ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସଜବାଜ ବିଜେଡ଼ି ।

0 340

ଭଞ୍ଜନଗର,୨୭/୦୨(ପିପିଟି): ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନକୁ ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୨୪ ତାରିଖ ଦିନ ବିଭିନ୍ନ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା ୨ ତାରିଖରୁ ଏଥିନେଇ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହାତରେ ବହୁତ କମ୍ ସମୟ ରହିଥିବାରୁ ବିଭିନ୍ନ ରାଜନୈତିକ ଦଳ ବର୍ତ୍ତମାନ ଠାରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ବିଜୁ ସ୍ମୃତି ଭବନ ପରିସରରେ ବିଜେଡି ପକ୍ଷରୁ ପୌର ନିର୍ବାଚନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପୌରହିତ୍ୟରେ ସହରର ୧୫ ଟି ୱାର୍ଡରୁ ବହୁ ବିଜେଡି କର୍ମୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ନଗର ବିଜେଡି ସଭାପତି ରାଜେନ୍ଦ୍ର ବିଷୋୟୀ ପ୍ରାରମ୍ଭିକ ସୂଚନ ପ୍ରଦାନ କରିଥିବା ବେଳେ ନିର୍ବାଚନକୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ସାଂସଦ ପ୍ରତିନିଧି ଦିବାକର ନାୟକ, ନଗର ଯୁବ ବିଜେଡି ସଭାପତି ସୁଧୀର ରଞ୍ଜନ ବେହେରା,ଛାତ୍ର ବିଜେଡି ସଭାପତି ଜୀବକ କୁମାର ସ୍ବାଇଁ, ବିଜେଡି ମହିଳା ସଭାନେତ୍ରୀ ସୁଜ୍ଞାନୀ କୁମାରୀ ଗୌଡ଼ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏଥିସହ ଚିଦାନନ୍ଦ ସ୍ବାଇଁ,ଶିବରାମ ଜେନା, ଅରୁଣ କୁମାର ସାହୁ, ଏ.ବେଣୁ ଗୋପାଳ,ସୁଶାନ୍ତ ମହାପାତ୍ର,ଅର୍ଜୁନ ବେହେରାଙ୍କ ସମେତ ପୁରାତନ କାଉଁନସିଲର ଓ କର୍ମୀ ଉପସ୍ଥିତ ରହିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.