ପୌରନିର୍ବାଚନ ପାଇଁ ସଂରକ୍ଷିତ ତାଲିକା ପ୍ରକାଶ।

0 352

ବ୍ରହ୍ମପୁର, ୧୫/୦୧(ପିପିଟି): ଆଗାମୀ ପୌର ନିର୍ବାଚନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସଂରକ୍ଷିତ ତାଲିକା ପ୍ରକାଶ ପାଇଛି। ଚିଠି ନଂ ୯୩୩,ତା-୧୫/୦୧/୨୦୨୨ ଅନୁଯାଇ ୧୦୭ ଏନ୍ଏସିର ସଂରକ୍ଷିତ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ପୋଲସରା ଏନ୍ଏସି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ କବିସୂର୍ଯ୍ୟନଗର,ବେଲଗୁଣ୍ଠା ଓ ଖଲ୍ଲିକୋଟ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ଛତ୍ରପୁର, ଗଞ୍ଜାମ, ରମ୍ଭା, ଚିକିଟି ଓ ପୁରୁଷୋତ୍ତମପୁର ଏନ୍ଏସି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସେହିଭଳି ହିଞ୍ଜିଳିକାଟୁ ପୌରପରିଷଦ, ଗୋପାଳପୁର, ସୋରଡା, ଆସ୍କା, ବୁଗୁଡା,କୋଦଳା, ଭଞ୍ଜନଗର ଓ ଦିଗପହଣ୍ଡି ଏନ୍ଏସି ଅଣସଂରକ୍ଷିତ ରହିଛି।

Leave A Reply

Your email address will not be published.