ପୌରନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ରାଜ୍ଯ ନିର୍ବାଚନ କମିସନ ।

0 1,083

ଭୁବନେଶ୍ବର,୨୫/୦୨: ଆଜି ପୌର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ୨୬ ତାରିଖରେ ଭୋଟ ଗଣତି ହେବ। ଏଥିଲାଗି ଆଜିଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଆଗାମୀ ୨୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ କରିପାରିବେ। ଠିକ୍ ସେହିପରି ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ, ୧୪ ସୁଦ୍ଧା ପ୍ରତ୍ୟାହାର କରାଯାଇପାରିବ ବୋଲି ସୂଚନା ଦେଇଛନ୍ତିି ରାଜ୍ୟ ନିର୍ବାଚନ କମିସନ। ତେବେ ପୁରୀରେ ପୌର ନିର୍ବାଚନ ହେବ ନାହିଁ।ଏଣେ ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ ଓ ୮ରେ ଡେପୁଟି ମେୟର ନିର୍ବାଚନ ହେବ।ସୂଚନାଯୋଗ୍ୟ ଯେ, ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଥିଲା ଯେ, ରାଜ୍ୟର ୧୦୬ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥ୍ରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ। ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବ୍ୟବହାର ହେବ। ସବୁ ଜିଲ୍ଲାକୁ ଇଭିଏମ୍ ଓ ନିର୍ବାଚନ ସରଞ୍ଜାମ ପଠାସରିଛି।

Leave A Reply

Your email address will not be published.