ପୋଲିସ୍ ଓ ଗଣମାଧ୍ୟମ ପାଇଁ ତୁରନ୍ତ ବୀମା ଘୋଷଣା ହେଉ ।

0 213

ଭୁବନେଶ୍ବର (ପିପିଟି ନ୍ଯୁଜ୍)୨୮/୦୩ କରୋନା ମୁକାବିଲା କ୍ଷେତ୍ରରେ ପ୍ରମୁଖ ସାରଥି ସାଜିଥିବା କର୍ତ୍ତବ୍ୟରତ ପୋଲିସ୍ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ତୁରନ୍ତ ବୀମା ଘୋଷଣା କରନ୍ତୁ । କେନ୍ଦ୍ର ସରକାର ଯେଭଳି ସ୍ବାସ୍ଥ୍ୟ କର୍ମୀଙ୍କ ଲାଗି ୫୦ଲକ୍ଷ ଟଙ୍କାର ବୀମା କରିଛନ୍ତି ଅନୁରୂପ ପରିମାଣର ବୀମା ରାଜ୍ୟ ସରକାର ପୋଲିସ୍ ଓ ସାମ୍ବାଦିକଙ୍କ ପାଇଁ କରିବାକୁ କଳିଙ୍ଗ ସେନା ଦାବି କରିଛି । ସେନା ସୁପ୍ରିମୋ ହେମନ୍ତ ରଥ କହିଛନ୍ତି ଯେ କେନ୍ଦ୍ର ସରକାର ସବୁ ବର୍ଗଙ୍କ ପାଇଁ ସହାୟତାର ହାତ ବଢାଇଥିବା ବେଳେ ପୁଲିସ୍ ଓ ସାମ୍ବାଦିକଙ୍କ କଥା ଭୁଲିଗଲେ । ହେଲେ ରାଜ୍ୟ ସରକାର ଏହି ଦିଗ ପ୍ରତି ବିଚାର କରିବା ଆବଶ୍ୟକ ।କାରଣ କରୋନା ମୁକାବିଲା ଆରମ୍ଭରୁ ପୋଲିସ୍ କର୍ମୀମାନେ ରାସ୍ତା ଘାଟରେ ଅଧିକ ମାତ୍ରାରେ କାର୍ଯ୍ୟ କରୁଛନ୍ତି । ଅନୁରୂପ ଭାବେ ସାମ୍ବାଦିକ ମାନେ ମଧ୍ୟ ଅଧିକରୁ ଅଧିକ ଖବର ସଂଗ୍ରହରେ ଲାଗିଛନ୍ତି । ସଂକ୍ରମଣ ଭୟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ଥିବା ବେଳେ ଏହି ଦୁଇ ବର୍ଗର କର୍ତ୍ତବ୍ୟରତ ଲୋକ କିନ୍ତୁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି ।ତେଣୁ ତୁରନ୍ତ ଏମାନଙ୍କ ପାଇଁ ବୀମା ଘୋଷଣା କରି ରାଜ୍ୟ ସରକାର ତାଙ୍କ ଦରଦ ମନୋଭାବରେ ପରିଚୟ ଦେବାକୁ ଶ୍ରୀ ରଥ ଦାବି କରିଛନ୍ତି ।

Leave A Reply

Your email address will not be published.