ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ ।

0 175

ବୋଲଗଡ,(ପିପିଟି ନ୍ଯୁଜ୍)୨୫/୦୫,ନୟାଗଡ ଜିଲ୍ଲା ରଣପୁର ଥାନାଅନ୍ତର୍ଗତ ରାଜସୁନାଖଳା ଫାଣ୍ଡି ଅଞ୍ଚଳ ସୁନାଖଳା ଏକ ଡାଳିଆ ସାହି ଠାରେ ଗତ ୧୨ତାରିଖ ଦିନ  କାନ୍ଥ ରେ ପାଣି ପକାକୁ କେନ୍ଦ୍ର କରି ଦୁଇ  ପରିବାରଙ୍କ ମଧ୍ୟ୍ୟରେ  ଗଣ୍ଡଗୋଳ ଘଟି ଥିଲା ।ଏ ସଂକ୍ରାନ୍ତେ  ରଣପୁର ଥାନା ରେ  ଅଭିଯୋଗ ହୋଇଥିଲା ।ରଣପୁର ଥାନା ଏକ  ମାମଲା ରୁଜୁ ହୋଇଛି ।ଘଟଣା ଘଟିବାର ୧୨ ଦିନପରେ   ମଧ୍ୟ୍ୟ  ପୋଲିସ ହାତ ଖାଲି  ଯାହା କି ଅଭିଯୁକ୍ତ ଖୁଲମ ଖୋଲା  ବୁଲୁଥିବା ବେଳେ  ଅଭିଯୁକ୍ତକୁ ଧରି ବାରେ  ପୋଲିସ ଅକ୍ଷମତା ଥିବା  ଜଣା ପଡିଛି ।ପୋଲିସର ନିଷ୍କ୍ରିୟତାକୁ  ନେଇ ସାହୁ ଏକ ସାମ୍ୱାଦିକ  ସମ୍ମିଳନୀ  କରି ନିଜର  ମତବ୍ୟକ୍ତ  କରିଥିଲେ । ତାଙ୍କ ପରିବାର ପୁଅ, ଝିଅ ଓ ସ୍ତ୍ରୀ ଆକ୍ରମଣର ଶିକାର ହୋଇ ଯନ୍ତ୍ରଣା ଭୋଗ କରୁଥିବା ବେଳେ  ଅଭିଯୁକ୍ତକୁ ଧରି ବାରେ ପୋଲିସ କୁଣ୍ଠାବୋଧ ପ୍ରକାଶ  କରୁଛି ଆଗାମୀ ୪ଦିନ ମଧ୍ୟରେ ପୋଲିସ ଯଦି ନ ଧରେ ତାହେଲେ  ନୟାଗଡ ପୋଲିସ  ଜିଲ୍ଲା କାର୍ଯ୍ୟାଳୟରେ ସପରିବାର ଧାରଣା  ଦେବେ ବୋଲି କହିଛନ୍ତି ।ସୂଚନା ଅନୁସାରେ ରାଜସୁନାଖଳା ଏକ ଡାଳିଆସାହିର ଶରତ ଚନ୍ଦ୍ର ସାହୁଘରେ ନ ଥିବା ବେଳେ ତାଙ୍କ ସ୍ତ୍ରୀ ସୀତା ରାଣୀ ସାହୁଙ୍କୁ ତାଙ୍କ ପଡୋଶୀ ଘରର ପୂର୍ବ ଶତୃତାକୁ କେନ୍ଦ୍ରକରି କାନ୍ଥରେ ପାଣିପକା ଘଟଣାକୁ ନେଇ  କୃଷ୍ଣ ଚନ୍ଦ୍ର ସାମନ୍ତରାୟ  ଓ ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା ଉଭୟେ ଗାଳି ଗୁଲଜ କରି ଏକ ଧାରୁଆ କଟୁରୀ ଓ କାଠଫାଳିଆ ଧରି  ଶରତଙ୍କ ପୁଅ ସନ୍ତୋଷ, ଝିଅ ସୁଚିତ୍ରାକୁ ଗୋଡ଼ାଇ ଗୋଡ଼ାଇ କଟୁରୀରେ  ହାଣିଥିଲେ ଏବଂ ତାଙ୍କ ସ୍ତ୍ରୀ ସୀତା ରାଣୀଙ୍କୁ କାଠ ଫାଳିଆ ରେ  ବାଡେଇ ହାତକୁ ଅକର୍ମଣ୍ୟ କରିଦେଇ ଥିବା ସୀତା ରାଣୀ ପ୍ରକାଶ କରିଛନ୍ତି ।
ରିପୋର୍ଟ – ଶୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.