ପୋଲସରା ସିଡିପିଓ ଆମ୍ବୁଲାନ୍ସ ଗାଡିକୁ ନିଜେ ଅଫିସ୍ କାର୍ଯ୍ୟରେ ବ୍ଯବହାର କରୁଛନ୍ତି !

0 470

ପୋଲସରା,(ପି.ପି.ଟି.ନ୍ଯୁଜ୍)୨୦/୩-ପୋଲସରା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ରେ ଥିବା ଜିପ୍ ଓଆର୍ ୦୭ଏଚ୍ ୮୭୮୧ ର ଲାଇଫ୍ ୨୨ସେପ୍ଟେମ୍ବର ୨୦୧୮ ରେ ଶେଷ ହୋଇଛି ।ଗାଡିକୁ ସାମାନ୍ୟ ମରାମତି କରି ଆଉ ୫ ବର୍ଷ ଅବଧି ବଢା ଯାଇ ପାରିଥାନ୍ତା । ନଚେତ୍ ଗାଡି ଖତ ଖାଇବା ପୂର୍ବରୁ ତାକୁ ବିଭାଗ ଟେଣ୍ଡର କରି ବିକ୍ରି କରିବା କଥା କିନ୍ତୁ ସିଡିପିଓ ବୋଧେ ସେଥିପ୍ରତି ଧ୍ୟାନ ଦେଇ ନାହାଁନ୍ତି । ସିଡିପିଓ କୁନ୍ତଳା କୁମାରୀ ନାଇକ୍ ବର୍ତ୍ତମାନ ଯେଉଁ ବୋଲେରୋ ଓଆର୍ ୨୬ ୯୪୧୪ ବ୍ଯବହାର କରୁଛନ୍ତି ତାହା ଆମ୍ବୁଲାନ୍ସ ପାଇଁ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଫିଟ୍ ନେସ୍ ଭେଲିଡିଟ୍ ୧୪ ଜୁଲାଇ ୨୦୧୪ ଥିବା ଏମ୍ ପରିବହନ ତଥ୍ୟରୁ ଜଣାପଡୁଛି ।ଗାଡିଟି କୁନ୍ତଳା କୁମାରୀ ନାଇକ୍ ,ନୂଆପଡା ନାମରେ ୬ ଜାନୁଆରୀ ୨୦୧୦ ରେ ରେଜିଷ୍ଟ୍ରେସନ ହୋଇଛି । ଗାଡିର ବୀମା ୨ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଥିବା ବେଳେ ପ୍ରଦୂଷଣ ପ୍ରମାଣ ପତ୍ର ୨୩ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଥିବା ଜଣାପଡିଛି । ବର୍ତ୍ତମାନ କଥା ଉଠୁଛି ସଂପୃକ୍ତ ବୋଲେରୋ ଗାଡିଟି ସିଡିପିଓ ଙ୍କ ନିଜସ୍ୱ କି ? ଯଦି ନିଜସ୍ୱ ଗାଡି ତାହାହେଲେ ନିଜ ଗାଡିକୁ ନିଜ କାର୍ଯ୍ୟାଳୟ ରେ ଭଡାରେ ଲଗାଇଛନ୍ତି କି ? କାର୍ଯ୍ୟାଳୟରେ ଗାଡି ଭଡାରେ ଲଗାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି କି ? କେତେ ଗାଡି ମାଲିକ ଆବେଦନ କରିଥିଲେ ସେଥିପ୍ରତି ଦୃଷ୍ଟି ଦେବା ସହ ବର୍ତ୍ତମାନ ବ୍ଯବହାର ହେଉଥିବା ବୋଲେରୋ ଗାଡି ପାଇଁ କିଏ ଅନୁମତି ଦେଇଛନ୍ତି ଏବଂ ଗାଡି ଭଡା କାହାର ଏକାଉଣ୍ଟସ୍ କୁ ଯାଉଛି ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.