ପୋଲସରା ବିଜେପି ପକ୍ଷରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା।

0 336

ପୋଲସରା,୧୪/୦୮(ପିପିଟି); ଚଳିତ ବର୍ଷ ପୋଲସରା ଅଞ୍ଚଳରେ କୃତିତ୍ୱ ଅର୍ଜନ କରି ଯୁକ୍ତ ଦୁଇରେ ପ୍ରଥମରୁ ଦଶମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ଆଜି ବିଜେପି ଦଳ ତରଫରୁ ସମ୍ବର୍ଦ୍ଧନା କରାଯାଇଛି। ବ୍ଲକରେ ପ୍ରଥମ ସ୍ଥାନ ଅଳଙ୍କୃତ କରିଥିବା ମିନାକ୍ଷୀ ଦାସ ୫୦୨ ଦ୍ଵତୀୟ ସ୍ଥାନ ଅଳଙ୍କୃତ କରିଥିବା ସୋନାଲି ନାୟକ ୪୮୯ ଏପରି ଦାସ ଜଣ ଛାତ୍ର ଛାତ୍ରୀଙ୍କୁ ଉପଢୌକନ ସହ ସିଲ ପ୍ରଦାନ କରାଯାଇଥିଲା । ଘୁମୁସର ଜିଲ୍ଲା ବିଜେପି ଯୁବ ନେତା ପ୍ରମୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଭବିଷ୍ୟତ ରେ ଜଣେ ଜଣେ ଉଚ୍ଚ ଅଧିକାରୀ ହୋଇ ଲୋକଙ୍କ ସେବା କରିବା ପାଇଁ ଆହ୍ବନ ଦେଇଥିଲେ। ଛାତ୍ର ଛାତ୍ରୀ ମାନେ ସମ୍ବର୍ଦ୍ଧନା ପାଇ ଖୁସି ଅନୁଭବ କରିଥିବା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୋଲସରା ଅଞ୍ଚଳର ବହୁ ବିଜେପି କର୍ମୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ । ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Leave A Reply

Your email address will not be published.