ପୋଲସରା ଢୁଙ୍କାପଡା ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ବ୍ୟକ୍ତି ମୃତ।

0 6,227

ପୋଲସରା,(ପିପିଟି)୦୮/୦୫,ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ଢୁଙ୍କାପଡା ଗୁପ୍ତେଶ୍ଵର ନୋଡାଲ  ବିଦ୍ୟାପୀଠରେ  ସଙ୍ଗରୋଧ ଗୃହ ଚାଲିଥିବା ବେଳେ ଆଜି ଜଣେ ବ୍ୟକ୍ତି ହଠାତ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ଗତ ତିନିଦିନ ତଳେ ସୁରତରୁ ଫେରି ସଙ୍ଗରୋଧ ଗୃହରେ ତାଙ୍କୁ ରଖାଯାଇଥିଲା ।ସୁରତ ଫେରିବା ପରେ ତାର ସ୍ଵାସ୍ଥ୍ୟ ଖରାପ ଥିବାବେଳେ ଆଜି ତାର ସ୍ଵାସ୍ଥ୍ୟ ଯାଞ୍ଚ କରିବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା ।ମଧ୍ୟାହ୍ନ ଭୋଜନ ହାତରେ ଧରିଥିବା ବେଳେ ହଠାତ ଟଳି ପଡ଼ିଥିଲେ ।ମୃତକ ହେଲେ ମଧୂପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା.(୪୫)ତାଙ୍କର ଚାରୋଟି ଝିଅ ଥିବାବେଳେ ସେ ଅତି ଗରିବ ଶ୍ରେଣୀର ବ୍ୟକ୍ତି। ଖବର ପାଇ ପୋଲସରା ଥାନା ଅଧିକାରୀ ସଦଳବଳେ ପହଞ୍ଚିଥିବା ବେଳେ ଛତ୍ରପୁର ଉପ ଜିଲ୍ଲାପାଳ ,ପୋଲସରା ବିଧାୟକ,ସ୍ଥାନୀୟ ବିଡ଼ିଓ ,ତହସିଲଦାର ପହଞ୍ଚି ଶବକୁ ସଙ୍ଗରୋଧ କେନ୍ଦ୍ରରୁ ନେବାକୁ ବ୍ୟବସ୍ଥା କରୁଛନ୍ତି ।ପରୀକ୍ଷା ଓ ପୋଷ୍ଟମର୍ଟାମ ପରେ ମୃତ୍ୟୁ କାରଣ ଜଣାପଡିବ । 
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Leave A Reply

Your email address will not be published.