ପୋଲସରା ଠାରେ ଜିଲ୍ଲାପାଳଙ୍କ କୋଭିଡ୍ ୧୯ ସଚେତନତା ବୈଠକ ।

0 720

ପୋଲସରା, ତା -୦୧/୦୭(ପିପିଟି) ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ବାରା ପୋଲସରା ଠାରେ କୋଭିଡ-୧୯ କରୋନା ସଚେତନା ବୈଠକ ବ୍ଲକ୍ କାର୍ଯ୍ୟଳୟରେ ବିଡିଓ ଶମ୍ଭୁନାଥ ନନ୍ଦୀ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ ସାମ୍ପ୍ରତିକ ସସମୟରେ ସରକାର ଭୂତାଣୁ ଜନିତ ସଂକ୍ରମଣକୁ ରୋକିବା ପାଇଁ ଏବଂ ଜନସାଧାରଣ ମୂଲ୍ୟବାନ ଜୀବନରକ୍ଷା ସକାଶେ ନିତିନିୟମ ପ୍ରଣୟନ କରିବା ସହ ପ୍ରତ୍ୟେକ କ୍ଷେତ୍ରରେ ଗ୍ରହଣ କରି ଆସୁଛନ୍ତି । ବିଶେଷ କରି ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଦୁଇ ମିଟର ଦୂରତା ରକ୍ଷା କରିବା, ମୁହଁରେ ମାସ୍କ  ପିନ୍ଧବା , ପତି ଦୁଇଘଣ୍ଟା ବ୍ୟବଧାନ ବିଶୋଧନ କରିବା ସାର୍ବଜନୀନ ସ୍ଥାନରେ ଛେପ ନପକାଇବା , କୈଣସି ସ୍ଥାନରେ ଗହଳି ନକରିବା ଆଦି ଗୁରତ୍ବ ପ୍ରଦାନ କରିଥିଲେ । ଏତଦ୍ ବ୍ୟତିତ ଯେଉଁ ବ୍ୟବସାୟୀ ମାନେ କୋଭିଡ-୧୯ ପାଳନ ନକରି ବ୍ୟବସାୟ କରୁଛନ୍ତି ସେମାନଙ୍କର ବିରୁଦ୍ଧରେ ପ୍ରଥମ ଦଫାରେ ପ୍ରଶାସନ ତରଫରୁ ୧୦୦୦ ଆର୍ଥକ ଦଣ୍ଡ ବ୍ୟବସ୍ଥା ଲଗାଯିବା ସହ ସାତଦିନି ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । ଯଦି ପୁନଃବାର ବ୍ୟବସାୟୀ ସରକାରୀ ନିୟମ ଓ ପାଳନ ନକଲେ ବ୍ୟବସାୟୀ ବିରୋଧ ମାମଲା ରୁଜୁ କରିବା ସହ ଗିରଫ କରିବା ସହ ଏକମାସ ବ୍ୟବସାୟୀ ଅନୁଷ୍ଠାନ ବନ୍ଦ ରହିବ ସହ ଅନୁଷ୍ଠାନ ସିଲ୍ କରାଯିବ ସହ ପଦକ୍ଷେପ ନେବାକୁ ପୋଲସରା ବିଡିଓ ଉପସ୍ଥିତ ଥିବା ପ୍ରଶାସନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ପୋଲସରା ବ୍ଲକ୍ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ମୋଟ ସ୍ବାବ୍ ସଂଗ୍ରହ କରିଥିବା ବ୍ୟକ୍ତି ୫୯୩ ନମୁନା ରୁ ୮୩ ଜଣଙ୍କ ସଂକ୍ରମତି ହୋଇଥିବା ଚିହ୍ନଟ କରାଯାଇଥିଲା । ସେମାନଙ୍କର ମଧ୍ୟରୁ ୫୭ ସୁସ୍ଥ ହୋଇ ଘରକୁ ଫେରଛନ୍ତି ୦୪ ଜଣଙ୍କ ମୃତ୍ୟୁ ହୋଛି । ଉକ୍ତ ବୈଠକରେ  ସିଡିପିଓ , ବିଇଓ , ପୋଲସରା ଚିକିତ୍ସା ଅଧିକାରୀ, ଏନ୍ଏସି ନିର୍ବାହୀ ଅଧିକାରୀ ପ୍ରଶନ୍ନ କୁମାର ଦାସ , ମୋଟ ୨୬ଟି ସରପଞ୍ଚ ଓ ସରପଞ୍ଚ ପ୍ରତିନିଧି ମାନେ ଉପସ୍ଥତି ଥିଲେ କିନ୍ତୁ  ନିର୍ବାଚତ ହୋଇଆସିଥିବା ମହିଳା ସରପଞ୍ଚ ମାନେ ଉକ୍ତ ବୈଠକ ଦେଖିବାକୁ ମିଳନଥିଲା । ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.