ପୋଲସରା ଏନଏସି ରେ ପନୀୟ ଜଳ ଯୋଗାଣ ବାଧାପ୍ରାପ୍ତ

0 133

ପୋଲସରା,(ପିପିଟି ନ୍ଯୁଜ୍)୧/୦୪ ମହାବିପତ୍ତି ସମୟରେ ଲକ୍ ଡାଉନ ଏବଂ ଗ୍ରୀଷ୍ମ ପ୍ରବାହ ଆରମ୍ଭ ସମୟରେ ପୋଲସରା ଏନଏସି ରେ ମୋଟର ପୋଡି ଯିବା ଯୋଗୁଁ ପାନୀୟ ଜଳ ଯୋଗାଣରେ ବାଧାପ୍ରାପ୍ତ ହୋଇଛି ।ଘଟଣା ସମ୍ପର୍କରେ ଜଣାପଡିଛି ଯେ ୩୦ ମାର୍ଚ୍ଚ ରେ ମୋଟର ପୋଡି ଯୋଗୁଁ ପୋଲସରା ଏନଏସି ର ପାଟଣା ପଦର,ରାଣୀପଡା ର ଅଧା,ଖଣ୍ଡିଆ ସାହି,ମଠ ସାହି,ବ୍ରାହ୍ମଣ ସାହି,ବଜାର ସାହି,ଦେଉଳପେଡି ସାହି ଗୁଡିକୁ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଛି । ଘଟଣା ସମ୍ପର୍କରେ କନିଷ୍ଠ ଯନ୍ତ୍ରୀଙ୍କୁ ବୁଝିବାରୁ ସେ କହିଛନ୍ତି ମୋଟର ପୋଡିଯାଇଛି । ଲକ୍ ଡାଉନ ସମସ୍ଯା ଯୋଗୁଁ ନୁତନ ମୋଟର ଆଣିବା କିମ୍ବା ମରାମତି କରିବା ସମ୍ଭବ ହୋଇ ପାରି ନାହିଁ । ପନୀୟ ଜଳ ସମସ୍ୟାକୁ ନଜରରେ ରଖି ଟ୍ଯାଙ୍କର ସାହାଯ୍ୟରେ ପାନୀୟ ଜଳ ଯୋଗାଣ କରାଯାଉଛି ।ଖୁବଶୀଘ୍ର ମୋଟର ଲଗାଇବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.