ପୋଡାମାରି ଗ୍ରାମରେ ବସୁଧା ଯୋଜନାରେ ଦେଢଲକ୍ଷ ଲିଟର ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ ।

0 695

ସାନଖେମୁଣ୍ଡି,୧୬/୦୮(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରୀ ଗ୍ରାମ ପଞ୍ଚାୟତରେ ରବିବାର ଦିନ ଗ୍ରାମ୍ଯ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ବସୁଧା ଯୋଜନାରେ ଦେଢ଼ ଲକ୍ଷ ଲିଟର ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ତଥା ଉତ୍ତଳ ଜଳଭଣ୍ଡାର ଉଦଘାଟିତ ହୋଇଯାଇଛି । ଗ୍ରାମାଞ୍ଚଳ ମାନଙ୍କରେ ରହୁଥିବା ଲୋକମାନଙ୍କ ପାନୀୟଜଳ ସମସ୍ଯା ଦୂର କରିବା ତଥା ପାଇପ ଯୋଗେ ଘର ଘରକୁ ବିଶୁଦ୍ଧ ଜଳ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଅନେକ ଯୋଜନା ମାନ କରିଥିବା ବେଳେ ରବିବାର ଦିନ ପୋଡାମାରୀ ଗ୍ରାମ ପଞ୍ଚାୟତରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ଦେଢ଼ ଲକ୍ଷ ଲିଟର ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇ ପାଣିକୁ ମହଜୁଦ ରଖାଯାଇ ସବୁ ସାହିରେ ପାଇପ ସଂଯୋଗ କରାଯାଇ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇ ପାନୀୟ ଜଳର ସୁବ୍ୟବସ୍ଥା କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ପୂର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ନିଜର ଅଭିଭାଷଣ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ପଞ୍ଚାୟତ ଜଳ ଯୋଗାଣ ସଭାପତି ବୃନ୍ଦାବନ ପ୍ରଧାନଙ୍କ କରକମଳରେ ଉତ୍ତଳ ଜଳଭଣ୍ଡାର ଗୃହ ଉଦ୍‌ଘାଟିତ ହୋଇଥିବା ବେଳେ ସମ୍ମାନିତ ଅତିଥିରୂପେ ଗ୍ରାମ୍ଯ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ଉପ୍ମା ଘଡେ଼ଇ , ସ୍ଥାନୀୟ ସରପଞ୍ଚ ଭାଗ୍ୟଶ୍ରୀ ବିଷୋୟୀ , ସରପଞ୍ଚ ପ୍ରତିନିଧି ସନ୍ତୋଷ ବିଷୋୟୀ ପ୍ରମୁଖ ଉପସ୍ଥିତ ରହିଥିଲେ । କରୋନା ଭଳି ମହାମାରୀ ସମୟରେ ପୋଡାମାରୀ ଗ୍ରାମର ଜନ ସାଧରଣଙ୍କୁ ଜଳ ସଙ୍କଟରୁ ଦୂର କରିବା ନିମନ୍ତେ ଏହି ଜଳଭଣ୍ଡାର ଗ୍ରାମବାସୀଙ୍କୁ ସମର୍ପିତ କରାଯାଇଥିବା ସରପଞ୍ଚ ଶ୍ରୀମତୀ ବିଷୋୟୀ ପ୍ରକାଶ କରିଛନ୍ତି । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.