ପୋଖରି ଦୁର୍ନୀତି ହୋଇଥିବା ପ୍ରସଙ୍ଗକୁ ନେଇ ଭିଜିଲାନ୍ସ ତଦନ୍ତ କରିବାକୁ କଂଗ୍ରେସ ନେତାଙ୍କ ଦାବି ।

0 3,706

ବ୍ରହ୍ମପୁର, ୨୯/୦୬(ପିପିଟି); ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ମଧ୍ୟରେ ଥିବା ପୋଖରି ଗୁଡିକର ରକ୍ଷଣା ବେକ୍ଷଣ କରିବା ଓ ତାକୁ ବ୍ୟବହାର ଉପଯୋଗୀ କରିବାକୁ ୨୦୦୭ରୁ ୨୦୨୧ ମଧ୍ୟରେ କେନ୍ଦ୍ର ସରକାର ମାନ ପର୍ଯ୍ୟାୟ କ୍ରମେ ୧୪ କୋଟି ୯୯ ଲକ୍ଷ ୩୦ ହଜାର ଟଙ୍କା ମହାନଗର ନିଗମକୁ ଦିଆଯାଇଥିବା ସୂଚନା ଅଧିକାର ଆଇନ ଦ୍ଵାରା ଜଣାଯାଇଛି । ଏହି ବିପୁଳ ଧନ ରାଶିର ସଠିକ୍ ବିନିଯୋଗ ହୋଇନଥିବା ଓ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଜିଲ୍ଲା ସଭାପତି ତଥା ଆଇନଜୀବି ପୀତବାସ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲା ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଏଫ.ଆଇ.ଆର. ପ୍ରଦାନ କରାଯାଇଛି । ଅଭିଯୋଗକାରୀ କଂଗ୍ରେସ ନେତା ମାନେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଏହି ବିପୁଳ ଧନ ରାଶିରେ ବ୍ୟାପକ ଅନିୟମିୟତା ହୋଇଛି । ଗୋଶାଣୀନୂଆଗାଁ ଉତ୍ତରେସ୍ୱର ବନ୍ଧ , ବିଜିପୁର ବନ୍ଧ ଓ ପାୟଲ ସିନେମା ହଲ ପାଖରେ ଥିବା ବନ୍ଧ ରେ ଏକାଧିକ ବାର କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସହରର ଅନ୍ୟ ବନ୍ଧ ଗୁଡିକୁ କାହିଁକି ଅଣଦେଖା କରାଯାଇଥିଲା । ଏପରିକି ସହରରେ ଥିବା ୪୦ଗୋଟି ଜଳାଶ୍ରୟ ଗୁଡିକରୁ ଠିକ ଭାବରେ ପଙ୍କ ବାହାର ନ ହେବା , ଦଳ ସଫା ନ ହେବା, ପଥର ବନ୍ଦେଇ ଓ ତାର ଜାଲ ବନ୍ଦେଇରେ ନିମ୍ନ ମାନର କାମ ହେବା କଂଗ୍ରେସ ନେତା ମାନେ ଅଭିଯୋଗ କରିଛନ୍ତି । ସାଧାରଣ ଲୋକଙ୍କ ଏହି ଟଙ୍କାକୁ କିଛି ଅସାଧୁ ଅଧିକାରୀ , ମାଫିଆ , ଟୀକାଦାର ଓ ରାଜନେତା ଚଳୁ କରି ଦେଇ ଥିବା ଅଭିଯୋଗ କରି ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଜଦୂର ସଂଘ କଂଗ୍ରେସ ଜିଲ୍ଲା ସଭାପତି ପୀତବାସ ପଣ୍ଡାଙ୍କ ସମେତ ଭୋକାଲି ସେଠୀ , ଉଦୟ ପାଣିଗ୍ରାହୀ , ରଞ୍ଜନ ତରାଇ , ସୁଧୀର ମହାରଣା , ସାଇ ରାମ ପାତ୍ର , ପଦ୍ମ ଚରଣ ସାହୁ , ଆରତୀ ପଟ୍ଟନାୟକ , ସୁନିତା ସାହୁ , ସୌଭାଗ୍ୟ ପ୍ରଧାନ , ପ୍ରଶାନ୍ତ ସାହୁ , କୃଷ୍ଣ ମହାପାତ୍ର , ସଞ୍ଜୟ ନାୟକ , ଉମା ପଣ୍ଡା , ପ୍ରଫୁଲ୍ଲ ଘଡେଇ , ଜିତେନ୍ଦ୍ର ଗୌଡ଼ , ସନ୍ତୋଷ ପୋଲାଇ , ବବୁଲ ବେଗ , ହୃଷିକେଶ ପାତ୍ର, ଚନ୍ଦ୍ର ଶେଖର ରାଓ , ମୁନା ଦୋରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.