ପୂର୍ବ ଶତ୍ରୁତାରୁ ଯୁବକକୁ ମରଣାନ୍ତକ ଆକ୍ରମଣ 

0 378

ଭଞ୍ଜନଗର,୦୨/୧୧(ପିପିଟି):ଭଞ୍ଜନଗର ବସଷ୍ଟାଣ୍ଡ ନିକଟରେ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇ ଥିବା ଅନୁମାନ କରାଯାଉଛି। ବେଲଗୁଣ୍ଠା ମନଇଛା ସାହିର ସରୋଜ ପାତ୍ର କୌଣସି କାମରେ ଭଞ୍ଜନଗର ଆସିଥିବା ବେଳେ ଜଣେ ଟ୍ରାକ୍ଟର ଡ୍ରାଇଭର ତାଙ୍କୁ ଅତର୍କିତ ଭାବେ ଏକ ବେଲଚା ରେ ମୁଣ୍ଡକୁ ଆକ୍ରମଣ କରି ସେଠାରୁ ଚମ୍ପଟ ମାରିଥିଲା।ସରୋଜ ଗୁରୁତର ଆହତ ହୋଇ ତଳେ ପଡ଼ି ଯାଇଥିଲା। ଖବର ପାଇ ଭଞ୍ଜନଗର ପୋଲିସ ସରୋଜକୁ ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ ରେ ଭର୍ତ୍ତି କରିଥିଲା। ସନ୍ଧ୍ୟା ସୁଦ୍ଧା ସରୋଜର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିବା ବେଳେ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.