ଶେରଗଡ,୧୨/୦୭(ପିପିଟି); ଶେରଗଡ଼ର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସ୍ମତିରେ କୀର୍ତ୍ତୀପୁର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଧର୍ମପତ୍ନୀ ସବିତାରାଣୀ ଚୌଧୁରୀ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । କୀର୍ତ୍ତୀପୁର ଗ୍ରାମର ଚତୁଃପାର୍ଶ୍ବରେ ବିଭିନ୍ନ ଗୁଣାତ୍ମକ ବୃକ୍ଷ ଯଥା ବେଲ,ନିମ୍ବ,ଆମ୍ବ, ବଟ,ଆଦି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧୁକାରୀ ଶମ୍ଭୁନାଥ ନନ୍ଦୀ,ତହସିଲଦାର ଡଃ ଦୟାସିନ୍ଧୁ ପରିଡା ଓ ଥାନା ଧିକାକରିଣୀ ମମତା ସାମନ୍ତରାୟଙ୍କ ସହ ବିଜେଡିର ବରିଷ୍ଠ ନେତାହୃଷୀକେଶ ପାଢ଼ୀ, ପ୍ରମୋଦ ଚୌଧୁରୀ, ପ୍ରେମା ପଣ୍ଡା, ରାଘବାନନ୍ଦ ପଶୁପାଳକ, ଦୁର୍ଗା ବିଷୋୟୀ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସମୟରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଏ ଅବସରରେ ଧବଳପୁର ଝିଙ୍କାରିଆ ପୀଠରେ ପ୍ରସାଦସେବନର ଆୟୋଜନ
କରାଯାଇଥିଲା ।
(ରିପୋର୍ଟ- ଭିକୁ ନାୟକ। )