ବ୍ରହ୍ମପୁର,୨୫/୧୨(ପିପିଟି): ଆଜିର ଦିନଟି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରି ବାଜପେୟୀ ଙ୍କ ୯୭ତମ ଜନ୍ମତିଥି ଅବସରରେ ଆଜିର ଦିନକୁ କୁ ସୁଶାସନ ଦିବସ ରୂପେ ସାରା ଭାରତ ବର୍ଷରେ ପାଳନ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଦ୍ୱାରା ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପାର୍ଟି ଅଫିସରେ ଆଜି ସନ୍ଧ୍ୟା ୦୫:୦୦ ଘଣ୍ଟା ସମୟରେ କାର୍ଯ୍ୟକ୍ରମ ଆନୁଷ୍ଟିତ ହେବା ସହ , ବାଜପାୟୀଙ୍କ ସ୍ମୃତି ଚାରଣ କରାଯାଇଛି । ଏହି ଅବସରରେ ଗତକାଲି ଗଞ୍ଜାମ ଜିଲ୍ଲା ର ଅଦିତ୍ୱ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗ ରେ ଦୁଇ ମିନଟ ନୀରବ ପାର୍ଥନା କରାଯାଇଛି , ଏହି ସଭା ରେ, ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା , ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି , ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ମଧୁ ସୂଦନ ସାହୁ , ବରିଷ୍ଠ ବିଜେପି ନେତା ଡ଼. ସୁବାଷ ସାହୁ , ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର , କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ମହନ୍ତ ଚିନ୍ମୟ ଦାସ , ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଷଡ଼ଙ୍ଗୀ ,ଜିଲ୍ଲା ସାଧାରଣ ସମ୍ପାଦକ ଏନ. ରାଜେନ୍ଦ୍ର କୁମାର , ଜିଲ୍ଲା ଉପସଭାପତି ପରେଶ ରଥ, ଜିଲ୍ଲା ଉପସଭାପତି ମନୋଜ ପଟ୍ଟନାୟକ,ବରିଷ୍ଠ ବିଜେପି ନେତା ନିରଞ୍ଜନ ପାଣିଗ୍ରାହୀ,ନମିତା ପଣ୍ଡା , ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରାୟ ,ଡି. କରୁଣା କର ପ୍ରବୀର ପାତ୍ର , ବୁଟୁ ଶତପଥୀ, ଦେବୀ ପାଢ଼ୀ,ଶିବ ଶତପଥୀ ,ଶିବ ନାୟକ , ବିନାୟକ ରଥ,, ମଧୁ ସୁଦନ ସାହୁ, ବିନୋଦ ସିଂ , ଅଜୟ ନାୟକ , ବାବୁଲା ସାହୁ , ଆକାଶ ଦାସ, ରଘୁନାଥ ପାତ୍ରଙ୍କ ସହ ବହୁ ବିଜେପି କାର୍ଯ୍ଯକର୍ତ୍ତା ଉପସ୍ଥିତ ଥଲେ ।
(ରିପୋର୍ଟ- ଆରତ କୁମାର ହୋତା। )
Next Post