ପୁସ୍ତକ ବଂଶାବଳୀ ଲୋକାର୍ପିତ ।

0 389

କଟକ,ତା-୦୨/୦୭/୨୦୨୦; ଏକ ନିଆରା ପୁସ୍ତକ ଯାହା ଗୋଟିଏ ଜାତି ତଥା ପରିବାରର ପୂର୍ବପୁରୁଷ ମାନଙ୍କର ସ୍ମୃତିଚାରଣ,ପୂର୍ବଜଙ୍କ ନାମ ଉଚ୍ଚାରଣ,ବଂଶର ଅଭିଜାତ୍ୟ, ସମାଜ ପାଇଁ ସେହି ବଂଶର ଭାବଧାରା ଆଦି ସମସ୍ତ ମହନୀୟତାକୁ ପାଥେୟକରି ପ୍ରକାଶିତ ହୋଇଛି । ଆଜିର ସଭ୍ୟ ସଭ୍ୟତାରେ ଏପରି ନିଆରା ପ୍ରୟାସ ବାସ୍ତବରେ ସ୍ୱାଗତଯୋଗ୍ୟ । ଏହି ବଂଶାବଳୀର ନେପଥ୍ୟରେ ଥିବା ସମ୍ପାଦକ ସାହିତ୍ୟିକ ଦିଲ୍ଲୀପ ପରିଡ଼ା(ଅବସର ପ୍ରାପ୍ତ ଅଧିକ୍ଷକ – କେନ୍ଦ୍ରୀୟ ଦ୍ରବ୍ୟ,ସେବାକର ଓ ବହିଶୁଳ୍କ ବିଭାଗ), ସହସମ୍ପାଦକ ସୁପ୍ରିୟା ପରିଡ଼ା,ଇଂ.ଗୌତମ ପରିଡ଼ା, ସହଯୋଗ ତଥା ଉପଦେଷ୍ଟାଵର୍ଗ ସ୍ୱର୍ଗତ ବାବାଜୀ ପରିଡ଼ା,ନିରାକାର ପରିଡା, ସ୍ବର୍ଗତ ବସନ୍ତ ପରିଡା, କେଦାର ପରିଡ଼ା, ନିତ୍ୟାନନ୍ଦ ପରିଡ଼ା, ଜୟଶ୍ରୀ ପରିଡ଼ା,ସ୍ବର୍ଗତ ଇଂ.ତ୍ରିଲୋଚନ ଦାସ,ଭ୍ରମରବର ସାହୁ,”ମୁହାଁଣ” ସାହିତ୍ୟ ପତ୍ରିକାର ସହ ସମ୍ପାଦକ ପ୍ରାବନ୍ଧିକ ଇଂ.ସେବକ ଶ୍ରୀକାନ୍ତ ସମସ୍ତଙ୍କର ଅକୁଣ୍ଠ ସହଯୋଗ,ତଥ୍ୟ ସଂଗ୍ରହ ଦିଗରେ ସାଧୁ ଉଦ୍ୟମ ବାସ୍ତବରେ ସମାଜ ପାଇଁ ପୂଜ୍ୟପୂଜା ଦିଗରେ ଏକ ବଳିଷ୍ଠ ଉଦାହରଣ । ବଂଶାବଳୀର ସଂଗ୍ରାହକ ଵିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା ବାଙ୍ଗାଲୋର ଶାଖାର ଅଧ୍ୟକ୍ଷ କବି ଅମୀୟ ପରିଡ଼ାଙ୍କ ସାଧନାର ଅମୃତଫଳ ଯାହା ବର୍ତ୍ତମାନର ସମୟ ପାଇଁ ନିଜ ପରିବାର,ବଂଶର ଜନ୍ମଜାତକ ସଦୃଶ ସର୍ବୋପରି ପୂଜ୍ୟପାଦ ସ୍ବର୍ଗତ ଆର୍ତ୍ତ ପରିଡା,ଗ୍ରାମ – ବଡ଼ମଙ୍ଗ,ବ୍ଲକ -ଆଳି,ଜିଲ୍ଲା – କେନ୍ଦ୍ରାପଡା ବଂଶ ଉପରେ ପର୍ଯ୍ୟବେସିତ,ଏହାର ପ୍ରଚ୍ଛଦରେ ଯଦୁବଂଶୀ ନାୟକ, ଲୀଳାମୟ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିଛବି ବହନ କରୁଥିବା ବେଳେ ଶେଷ ପୃଷ୍ଠା ଆଦର୍ଶ ଗ୍ରାମ ବଡ଼ମଙ୍ଗର ବିଭିନ୍ନ ଦେବାଦେବୀ ମନ୍ଦିରର ସୁନ୍ଦର ପ୍ରତିଛବି ଦୃଶ୍ୟମାନ ହେଉଛି । ଏହି ବଂଶାବଳୀଟି ବେଶ ପାଠକୀୟ ସ୍ୱୀକୃତି ଲାଭ କରିବାସହ ଅନେକ ପରିବାରକୁ ଏହିପରି ସୁନ୍ଦର ବଂଶାବଳୀ ନିର୍ମାଣରେ ତଥା ପୂର୍ବପୁରୁଷଙ୍କ ସ୍ମୃତି, କଥାଗାଥା ଉଜ୍ଜୀବିତ କରିବାରେ ସହାୟକ ହେବ ।

Leave A Reply

Your email address will not be published.