ପୁରୁଣା ପାଣି ଟାଙ୍କି ଉପରେ ଭରସା ନାହିଁ କି ନୂତନ ପାଣି ଟାଙ୍କି ଉପରେ ଗ୍ୟାରେଣ୍ଟି ନାହିଁ ।

0 1,324

ଦିଗପହଣ୍ଡି, ୨୩/୧୨(ପିପିଟି); ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ଵର ଗ୍ରାମରେ ଆଜକୁ ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି । ହେଲେ ଦୁର୍ଭାଗ୍ୟର ବିଷୟ ପାଣି ଟାଙ୍କି ଟି ଥିଲେ ମଧ୍ୟ କିଛି ସାହିକୁ ଆଜି ପର୍ଯ୍ୟନ୍ତ ପାଣି ବୁନ୍ଦେ ବି ଗଲାନାହିଁ । ଠିକ୍ ସେ କାହାକୁ ପାଣି ମିଳୁନଥିବା ମଧ୍ୟ ଗ୍ରାମ ବାସି କହିଛନ୍ତି । ନୂତନ ପାଣି ଟାଙ୍କିଟି ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ । ଗ୍ରାମର କିଛି ଲୋକ କହିଛନ୍ତି ପୁରୁଣା ଟାଙ୍କିର ଭରସା ନାହିଁ କି ନୂତନ ଟାଙ୍କିର କୌଣସି ଗ୍ୟାରେଣ୍ଟି ନାହିଁ । କିଛି ସାହି ଲୋକ ପାଣି ପାଇଁ ଆଜି ବି ହଟହଟା ହେଉଛନ୍ତି । ସାହିକୁ ପାଇପ ଥିଲେ ମଧ୍ୟ ପାଣି ଉଠୁନି ସାହିକୁ । ଏହା ଅତି ଦୁଃଖର ବିଷୟ । ପାଇପ ପଡ଼ିଲା ସମୟରେ ଠିକ୍ ସେ କାମ ହୋଇନଥିବା ଗ୍ରାମ ବାସି କହିଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.