ପୁନଶ୍ଚ ଲଜ୍ଜା ସ୍ମାର୍ଟ ସିଟିରେ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ ।

0 775

ରାଉରକେଲା,୨୦/୦୪-ସୁନ୍ଦରଗଡ଼ ରାଉରକେଲାରେ ପୁଣି ଲଜ୍ଜା । ଏବେ ସହରରେ ଲକ ଡାଉନ ଚାଲିଥିବା ବେଳେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ନାବାଳିକାକୁ ଚକୋଲେଟର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ରାଉରକେଲାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ । ରାଉରକେଲାର ମଧୁସୂଦନ ପାଲିରେ ଜଣେ ୪୫ ବର୍ଷୀୟ ବିବାହିତ ବ୍ୟକ୍ତି ଘର ଭଡା ନେଇ ରହୁଥିଲେ । ତାଙ୍କ ପରିବାର ଗାଁରେ ଥିଲେ । ଏହାର ସୁଯୋଗ ନେଇ ବ୍ୟକ୍ତି ଜଣକ ଘର ପାଖରେ ରହୁଥିବା ନାବାଳିକାକୁ ଚକଲେଟର ଲୋଭ ଦେଖାଇ ଘର ଭିତରକୁ ଡାକି ନେଇଥିଲେ । ସେଠାରେ ସେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ କାନ୍ଦି କାନ୍ଦି ଘରେ ଏ ବାବଦରେ କହିବାପରେ ପରିବାର ପକ୍ଷରୁ ପ୍ଲାଣ୍ଟସାଇଟ ଥାନାରେ ରବିବାର ସନ୍ଧ୍ୟାରେ ଏତଲା ଦିଆଯାଇଥିଲା ।ପୋଲିସ ସୋମବାର ସକାଳେ ଅଭିଯୁକ୍ତକୁ ଗିରଫ କରି ଅନୁସନ୍ଧାନ ଜାରି ରଖିଛନ୍ତି । ଏ ବାବଦରେ ପ୍ଲାଣ୍ଟସାଇଟ ଥାନାରେ ଆଇପିସି ଧାରା ୩୭୬ , ୬ ପୋକ୍ସୋ ଆକ୍ଟ ରେ ମାମଲା ଦାୟର ହୋଇଛି ।
ରିପୋର୍ଟ – ରାହୁଲ ବେହେରା ।

Leave A Reply

Your email address will not be published.