ଶେରଗଡ,୧୭/୦୮(ପିପିଟି); ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ ବ୍ଲକ ଅନ୍ତର୍ଗତ ପିତଳ ପଞ୍ଚାୟତର ପିତଳ ଗ୍ରାମରେ ପୂର୍ତ୍ତବିଭାଗ ରାସ୍ତା ଠାରୁ ଋଷୁକୁଲ୍ଯା ନଦୀ ପାର୍ଶ୍ବ ପେଭର ରାସ୍ତା ନିର୍ମାଣ ପାଇଁ ଚତୁର୍ଦ୍ଦଶ ସିଏଫସି ୨୦୨୦-୨୧ ଆର୍ଥିକ ବର୍ଷରେ ୬ ଲକ୍ଷ ୫୦ ହଜାର ଟଙ୍କାର କାର୍ଯ୍ଯକୁ ନେଇ ବର୍ତ୍ତମାନ ବିବାଦ ଉଠିଛି। ଏହି ରାସ୍ତା କାର୍ଯ୍ଯରେ ଦୁର୍ନୀତି ହୋଇଥିବା ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିବା ଏବଂ ସୋମବାର ଦିନ ଭିଜିଲାନ୍ସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ନେଇ ଶୁଣିବାକୁ ମିଳିଛି। ଘଟଣା ସମ୍ପର୍କରେ ଜଣାପଡିଛିଯେ ପେଭର ରାସ୍ତା ନିର୍ମାଣ ନକରି କେବଳ ସିମେଣ୍ଟ କଂକ୍ରିଟ ରାସ୍ତା ନିମ୍ନମାନର କରି ଅର୍ଥ ଚଳୁ କରିବା ଯୋଜନା ଲୋକ ଲୋଚନକୁ ଆସିଛି। ବାବା ଉତ୍ତରେଶ୍ବର ମନ୍ଦିର ପ୍ରାଙ୍ଗଣରେ ହିଞ୍ଜିଳିକାଟୁ ଅଞ୍ଚଳର ଜନୈକ ମଦ ବ୍ୟବସାୟୀ ପେଭର ଇଟା ବସାଇବା ପାଇଁ ଦାନ କରିଥିବା ନେଇ ଶୁଣିବାକୁ ମିଳିଛି। ସେହି ପେଭର ଇଟାକୁ ଦେଖାଇ ବିଲ୍ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ପିପିଟି ନ୍ଯୁଜ୍ ରେ “ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଆରମ୍ଭ ” ଶୀର୍ଷକ ଖବର ଗତ ୧୧ ଅଗଷ୍ଟରେ ପ୍ରକାଶ ପାଇଥିଲା । ବର୍ତ୍ତମାନ ପେଭର ଇଟା ଆଣି ରାସ୍ତା ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଛି। ବିଭିନ୍ନ ଦୁର୍ନୀତିରେ ଜଡିତ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ବଦଳି ପିଇଁ ସାଧାରଣ ରେ ଦାବି ଉଠୁଛି। ପିପିଟି ନ୍ଯୁଜ୍ ରେ ଖବର ପ୍ରକାଶ କରିଥିବାରୁ ପିତଳ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି।