ପିଏଫଏ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ବୁଲା ଗାଈ ଗୋରୁ ଖାଦ୍ୟ ପ୍ରଦାନ ।

0 25

ଦିଗପହଣ୍ଡି,(ପିପିଟି ନ୍ଯୁଜ୍) – ୦୨/୦୪ – ଦିଗପହଣ୍ଡି ସହରରେ ଅଞ୍ଚଳ କଲୋନୀ ବାସିନ୍ଦା ଶଙ୍କର୍ଷଣ ରଥ ଏବଂ ପିଏଫଏ ସ୍ଵେଚ୍ଛାସେବୀ ସମୀରକାନ୍ତ ତ୍ରିପାଠୀ ଙ୍କ ଉଦ୍ୟମ ରେ ବୁଲା ଗାଈ ଗୋରୁ ଓ ଷଣ୍ଢ ମାନଙ୍କୁ ଗୁରୁବାର ପନି ପରିବା ଖାଦ୍ୟ ବଣ୍ଟନ କରାଯାଇଛି। ନିଜ ଘର ସମ୍ମୁଖରେ ସେ ଆଜି ସ୍ଥାନୀୟ ବାସିନ୍ଦା ଙ୍କ ସହାୟତାରେ ପନି ପରିବା ସହିତ ପିଇବା ପାଣି ବୁଲା ଗାଈ ଗୋରୁ ଙ୍କ ଖାଦ୍ୟାଭାବ ରୁ ବଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଲକ ଡାଉନ ଶେଷ ହେବା ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ସେ ଜଣାଇଛନ୍ତି। ବାଚସ୍ପତି ଙ୍କ ସହିତ ଆଲୋଚନା କ୍ରମେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପିଏଫଏ ସ୍ଵେଚ୍ଛାସେବୀ ଶୁଭମ କୁମାର ସାହୁ, ଶ୍ରୀକାନ୍ତ ସାହୁ, ଅଜୟ ନାୟକ, ତାରାପ୍ରସାଦ ଦାସ, ସୁଶାନ୍ତ ମହାଙ୍କୁଡ଼, ସାଇଦୀପ ପୂଜାରୀ, ବିନୋଦ ଜାନୀ ପ୍ରମୁଖ ସାମିଲ ଥିଲେ।
ରିପୋର୍ଟ:- ରବିକୁମାର ଶର୍ମା

Leave A Reply

Your email address will not be published.