ପାରଳାଖେମୁଣ୍ଡିରେ ଲକ୍ ଡାଉନ୍ ନିୟମ ଉଲ୍ଲଘଂନ କରି ୩୨ଜଣ ଗିରଫ ।

0 74
ପାରଳାଖେମୁଣ୍ଡି,୧୩/୦୪(ପିପିଟି ନ୍ୟୁଜ୍)- ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡିରେ ଲକ୍ ଡାଉନ୍ ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ପୋଲିସ ୩୨ଜଣକୁ ଗିରଫ କରିଛି । କରୋନା ଭାଇରସର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ମାର୍ଚ୍ଚମାସ ୨୪ ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।ଏହାକୁ ଯେଉଁମାନେ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଶାସନ କରୁଥିବା ସରକାରଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଏଥି ନିମନ୍ତେ ଜନସାଧାରଣଙ୍କୁ ଜରୁରୀ କାମ ନଥିଲେ ଘର ବାହାରକୁ ନବାହାରିବା ନିମନ୍ତେ ବିଭିନ୍ନ ଉପାୟରେ ବାରମ୍ବାର ସଚେତନତା କରାଯାଉଛି ।ଆଜି ପାରଳାଖେମୁଣ୍ଡି ପୋଲିସ ସହରରେ ପେଟ୍ରୋଲିଂ କରୁଥିବା ବେଳେ ବିଭିନ୍ନ ସାହିର ଛକ ସ୍ଥାନ ଗୁଡିକରେ ଅଯଥାରେ ବୁଲାବୁଲି କରୁଥିବା ସମୟରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଏନେଇ ପାରଳାଖେମୁଣ୍ଡି ଥାନା କେସ ନଂ-୭୮/୨୦୨୦ ଭାରତୀୟ ପିଙ୍ଗଳ କୋଡର ଧାରା ୧୮୮,୨୬୯,୨୭୦,୩୪ ଓ ଏପିଡେମିକ୍ ଡିଜାଷ୍ଟେର ୧୮୯୭ଏକ୍ଟର ଧାରା ୫୧(ଖ)ରେ ମାମଲା ରୁଜୁ ହୋଇଛି । ଏହି ମାମଲାର ତଦନ୍ତ ଏସଆଇ ସୁନିଲ କୁମାର ଦଳେଇ ତଦନ୍ତ କରୁଥିବାର ଥାନାଧିକାରୀ ବିବେକାନନ୍ଦ ସ୍ବାଇଁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।
ରିପୋର୍ଟ- ଦିଲ୍ଲୀପ କୁମାର ଶତପଥି
Leave A Reply

Your email address will not be published.