ପାନୀୟ ଜଳ ଉପରେ କରୋନା ମାଡ; ଅସ୍ତବ୍ୟସ୍ତ ଜନଜୀବନ ।

0 482

ପୋଲସରା,(ପିପିଟି ନ୍ଯୁଜ୍)୧୫/୦୪-ଦେଶ  କରୋନା ଭୂତାଣୁର ସହ ଲଡେଇ କରୁଥିବା ବେଳେ ଅନ୍ୟପଟେ ଗ୍ରାମବାସୀ ମାନେ ବୁନ୍ଦାଏ ପିଇବା ପାଇଁ ପାଣି  ପାଇଁ ଲଡୁଛନ୍ତି। କରୋନା ମହାମାରୀ ଠାରୁ ଜଳ କଷ୍ଟ ବଡି ଯାଇଛି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅଧିନ ମଥୁରା ଖଦାଳ ସାହିରେ।  ଖରା ଦିନ ଚାଲିଥିବା ବେଳେ ଖରାର ତାତି ସାଙ୍ଗକୁ ବଡିବାରେ ଲାଗିଛି ଜଳ କଷ୍ଟ। ଦୀର୍ଘ ୫ବର୍ଷ ତଳେ  ଗ୍ରାମବାସୀ ମାନଙ୍କ ଜଳ କଷ୍ଟ ଲାଗି  ଟାଙ୍କି ନିର୍ମାଣ ହୋଇଥିଲା। ହେଲେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସେହି ପଇପ ଲାଇନ ଗୁଡିକ କାର୍ଯ୍ୟକ୍ଷମ ହୋଇପାରୁନି। ଯାହାକୁ ନେଇ ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ତି ଗ୍ରାମବାସୀ। ୧୪୦ ପରିବାର ଓ ୧୦୦୦ ରୁ ଉର୍ଦ୍ଧ୍ବ  ଜନସଂଖ୍ୟା ବିଶିଷ୍ଟ ଏହି ସାହି ଲୋକମାନେ ପାଣିର ଅଭାବ ଦୂର କରିବା ପାଇଁ ମୁଖ୍ୟତ ପୋଖରୀ ଉପରେ ନିର୍ଭର କରନ୍ତି। ପିଇବା ପାଇଁ   ସାହି  ବାହାରେ ଗୋଟିଏ ନଳକୂପ ଅଛି  ପାଣି ନେବା ପାଇଁ ଗ୍ରାମର ମହିଳା ମାନଙ୍କର ମଧ୍ୟରେ ଲମ୍ଭା ଲାଇନ ନଳକୂପ ଠାରେ ଦେଖିବାକୁ ମିଳିଥାଏ। ଟାଣ ଖରାରେ ପୁରୁଷ ମାନଙ୍କ ଠାରୁ ଆରମ୍ଭ କରି ମହିଳା ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଘଣ୍ଟା ଘଣ୍ଟା ଅପେକ୍ଷା କରି ପାଣି ସଂଗ୍ରହ କରନ୍ତି । ପୋଲିସ ଭୟରେ ଲୁଚି ଛପି ପୋଖରୀ କୁ ବ୍ୟବହାର କରନ୍ତି ।ସରକାର ଙ୍କ ତରଫରୁ ସାହି ଆରମ୍ଭରେ ଗୋଟିଏ ଷ୍ଟାଣ୍ଡ ପୋଷ୍ଟ ଅଛି ପାଣି ର ଦେଖା ମିଳୁନଥିବା ବେଳେ ଅସ୍ୱାସ୍ଥ୍ୟ କର ପରିବେଶରେ ପାଣି ସଂଗ୍ରହ କରନ୍ତି । କରୋନା ସଂକ୍ରମଣ ଦାଉରୁ ରକ୍ଷା ପାଇବା ପାଇଁ ଗାଁ ମୁହାଁ ଏବେ ସମସ୍ୟା। ଦିନ କୁ ଦିନ ବଡୁଛି ଗାଁର ଜନ ସଂଖ୍ୟା ସେହିପରି ସ୍ଥଳେ ଗ୍ରାମରେ ପାଣି ସମସ୍ୟା ଏବେ ବିକଟାଳ ରୂପ ଧାରଣ କରିଛି। ବର୍ତ୍ତମାନ ସମୟରେ  ପରିବାର ପିଛା ଅବଶ୍ୟକତା ଠାରୁ ବଡୁଛି ପାଣିର ବ୍ୟବହାର ।ଖରାର ତାତି ସାଙ୍ଗକୁ କରୋନା ର ଭୟ ଗ୍ରାମବାସୀ  ମାନଙ୍କୁ ଅସ୍ତବ୍ୟସ୍ତ କରିଦେଇଛି । ପାନୀୟ ଜଳ ଯୋଗାଇବାକୁ  ସରକାରଙ୍କୁ ଗୁହାରି ଜଣାଇଛନ୍ତି ଗ୍ରାମ ବାସୀ ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Leave A Reply

Your email address will not be published.