ଉଲୁଣ୍ଡା,୦୯/୦୧(ପିପିଟି): ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମାଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସମ୍ମୁଖ ରେ କୋଭିଡ କଟକଣା ସହିତ ସମର୍ପଣ ହୋଇଛି ୨୦୨୨-୨୩ର ଭାଗ୍ୟଜ୍ୟୋତି ପରମେଶ୍ୱରୀ ପଞ୍ଜିକା । ଏହି ପଞ୍ଜିକା ର ବିଶେଷତ୍ୱ ସାରା ଓଡ଼ିଶାର ପର୍ବ ପର୍ବାଣୀ ର ତିଥି ଓ ନୂତନ ସର୍ବୋତ୍ତମ ତଥ୍ୟ ପ୍ରଦାନ କରାଯାଇଅଛି । ଏହି ପଞ୍ଜିକା ଦୀର୍ଘ ୨୦୦୮ମସିହାରୁ ପ୍ରତି ବର୍ଷ ପ୍ରକାଶିତ ହୋଇ ଆସୁଛି । ଆଜି ଏହି ପଞ୍ଜିକା ସମର୍ପଣ ର ବ୍ରହ୍ମ ମୁହୁର୍ତ୍ତ ରେ ଏ ପଞ୍ଜିକା ର ଗଣକ ଜୋତିରବିଦ୍ୟା ବାଚସ୍ପତି ମେଡେନ କୁମାର ବିଶି , ବିଶିଷ୍ଟ ଜୋତିରର୍ବିଦ ଗୁଣ ସାଗର ପଣ୍ଡା , କୌଶଳ ବ୍ରହ୍ମା ଗୌର ଚରଣ ନନ୍ଦ , ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟ ର ପରିଚାଳକ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ , ପଣ୍ଡିତ ମନୋରଞ୍ଜନ ପାଢ଼ୀ , ସୁଦୂର କଟକରୁ ଆସିଥିବା ଭାଗ୍ୟଜ୍ୟୋତି ପ୍ରକାଶନ ର ପ୍ରକାଶକ ରଞ୍ଜନ କୁମାର ସେନାପତି,ସହାଯୋଗୀ ଶ୍ରୀ ଗୁରୁ ପ୍ରସାଦ ରଥ ,କର୍ମକାଣ୍ଡ ପଣ୍ଡିତ ବିବେକା ନନ୍ଦ ପଣ୍ଡା ,ଚିତ୍ତ ରଞ୍ଜନ ପାଢ଼ୀ ତଥା ଅନେକ ବୁଦ୍ଧିଜୀବୀ , ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)