ପାଟପୁର ଥାନ ପକ୍ଷରୁ ଡେଙ୍ଗାଓସ୍ତା ଗ୍ରାମରେ ଗରୀବ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ।

0 191

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୨୨/୦୪-ପାଟପୁର ଥାନା ପୋଲିସ ପକ୍ଷରୁ ଡେଙ୍ଗାଓସ୍ତା ଗ୍ରାମରେ ଦିନହୀନ ବିପନ୍ନ ବ୍ୟକ୍ତି ବିଶେଷ ମନଙ୍କ ଘରେ ପହଞ୍ଚି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଆଇଆଇସି ଅଜୟ କୁମାର ବାରିକଙ୍କ ସମେତ ଥାନା ପୋଲିସ ବିପନ୍ନ ମାନଙ୍କ ଘରେ ପହଞ୍ଚି ରନ୍ଧା ଖାଦ୍ୟ ଭାତ ଡାଲମା ଆଚାର ବଣ୍ଟନ କରିଥିଲେ। ଥାନା ପରିସରରେ ରୋଷେଇ କରି ସ୍ୱତନ୍ତ୍ର ଗାଡି ମାଧ୍ୟମରେ ଗାଁ ଗାଁ ବୁଲି ବିପନ୍ନ ମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି । ଏହି କାର୍ଯ୍ୟ ଲକ ଡାଉନ ଶେଷ ଯାଏଁ ଚାଲିବ। ସାମାଜିକ କର୍ମୀ ସୁନୀଲ ମହାଙ୍କୁଡ଼ , ଗଦାଧର ସ୍ବାଇଁ ମଧ୍ୟ ସ୍ବେଚ୍ଛାକୃତ ଭାବେ ସାମିଲ ହୋଇଥିଲେ।

Leave A Reply

Your email address will not be published.