ପାଟପୁର ଥାନା ତରଫରୁ ସଚେତନତା ରାଲି ।

0 1,109

ସାନଖେମୁଣ୍ଡି,ତା-୨୫/୦୬(ପିପିଟି); କରୋନା ଭୁତାଣୁ ବା କୋଭିଡ଼ ୧୯ ଦିନ କୁ ଦିନ ଉଗ୍ର ରୂପ ଧାରଣ କରୁଛି । ସଂକ୍ରମଣ କୁ ପ୍ରତିହତ କରିବା ପାଇଁ କରୋନା ଯୋଦ୍ଧା ମାନେ ଦିନ ରାତି ଏକ କରିଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବଂ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତିକରୁଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ସକାଳ ୭ ଟାରୁ ମଧ୍ୟାହ୍ନ୧୨ ଟା ପର୍ଯ୍ୟନ୍ତ ଲକ୍ ଡାଉନ ଏବଂ ମଧ୍ୟାହ୍ନ ୧୨ରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରିଛନ୍ତି । କିନ୍ତୁ କିଛି ଅମାନିଆ ଲୋକ ଏହାକୁ ନ ମାନି ବାହାରେ ବୁଲୁଛନ୍ତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ର କିଛି ଗ୍ରାମରେ କରୋନା ପଜିଟିଭ ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ସେହି ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଥିଲା ଜିଲ୍ଲା ପ୍ରଶାସନ ତରଫରୁ । ସାନଖେମୁଣ୍ଡି ଅଞ୍ଚଳ ବାସୀ ଏହାକୁ ଦେଖି ଭୟଭୀତ ଥିବା ଜଣାପଡୁଛି । ଏହାକୁ ଦୃଷ୍ଟିରେ ରଖି ପାଟପୁର ଥାନା ଅଧିକାରୀ ଅଜୟ ବାରିକଙ୍କ ତତ୍ୱାବଧାନରେ ଥାନା କର୍ମଚାରୀ ଆଜି ବିଭିନ୍ନ ଗାଁ ସାହି ବୁଲି ବୁଲି ସଚେତନତା କରିଥିଲେ । ଘରେ ରୁହନ୍ତୁ,ବିନା କାରଣରେ ବାହାରକୁ ବହାରନ୍ତୁନି,ମାସ୍କ ବ୍ୟବହାର କରନ୍ତୁ, ହାତକୁ ସାବୁନ ରେ ଧୁଅନ୍ତୁ । ଏଭଳି ଭାବରେ ଏକ ସଚେତନତା ରାଲି କରାଯାଇଥିଲା । କରୋନା ଯୋଦ୍ଧା ପାଟପୁର ଥାନା ଅଧିକାରୀ  ଅଜୟ ବାରିକ ଲୋକ ମାନଙ୍କୁ କରୋନା କବଳରୁ ରକ୍ଷା କରିବାପାଇଁ ଦିନ ରାତି ଏକ କରିଦେଇଛନ୍ତି । ସାରଙ୍କ ଏପରି କାର୍ଯ୍ୟକୁ ଦେଖି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଆମ ପିପିଟି ନ୍ଯୁଜ୍ ତରଫରୁ ମଧ୍ୟ ଅନୁରୋଧ କରୁଛୁ ବିନା କାରଣରେ ବାହାରକୁ ବହାରନ୍ତୁନି । ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ।
ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.