ପାଇକମାଳ ସହରରେ ବିଶୁଦ୍ଧ ପାନୀୟ ଜଳ ଓ ଶୌଚାଳୟ ନାହିଁ !

0 45

ପଦ୍ମପୁର,(ପିପିଟି)୦୩/୦୫ ,ସଂପ୍ରତି ପଦ୍ମପୁର ଉପଖଣ୍ଡ ପାଇକମାଳ ସହରର ମୁଖ୍ୟ ଛକରେ ବାରମ୍ବାର ଦାବୀ ଜଣାଇ ଆସୁଥିଲେ ସୁଦ୍ଧା ଏହିଛକ ରେ ମହିଳା କିମ୍ବା ପୁରୁଷ ମାନଙ୍କ ପାଇଁ ଉଦ୍ଧିଷ୍ଟ ପରିଶ୍ରାଗାର ଟିଏ ମଧ୍ୟ ନାହିଁ। ପଶ୍ଚିମାଂଚଳର ନୃସିଂହନାଥ କୁ ହଜାର ହଜାର ଭକ୍ତଙ୍କ ସମାଗମ ତଥା ସଦାସର୍ବଦା ଯାତ୍ରୀ ମାନଙ୍କ ସମାଗମ ଏହି ଜନଗହଳୀ ଛକରେ ଲାଗିରହିଥାଏ । ହେଲେ ଅତ୍ୟନ୍ତ ଦୁଃଖପରିତାପର ବିଷୟ ଏହିକିଯେ ବ୍ଲକ ହେଡକ୍ୱାଟର୍ ହୋଇଥିଲେ ସୁଦ୍ଧା ଏଠାରେ ଜନସାଧାରଣଙ୍କ ପାଇଁ ପରିଶ୍ରାଗୃହ ଟିଏ ମଧ୍ୟ ନ ଥିବା ଅତ୍ୟନ୍ତ ଲଜ୍ଜାର ବିଷୟ ଅଟେ । ଏପରିକି ଏ ଜନ ଗହଳି ପୂର୍ଣ ପାଇକମାଳ-ନୃସିଂହନାଥ ଛକ ରେ ପାଣି ଟୋପାଏ ପାଇଁ ଏଦୋକାନ ସେଦୋକାନ ଯିବାକୁ ପଡିଥାଏ । ଦୋକାନୀମାନେ ଖାଇଲେଯାଇ ପିଇବାପାଇଁ ପାଣି ଦେବୁ ବୋଲି ପ୍ରାୟତଃ କହିଥାଆନ୍ତି । କାରଣ ପାଣି ସେମାନେ ଭାରୁଆ ମାନଙ୍କଠାରୁ ପଇସା ଖର୍ଚ୍ଚ କରି କିଣିଥାଆନ୍ତି ସହରର ମୁଖ୍ୟଛକ ହୋଇ ସୁଦ୍ଧା ଜନସାଧାରଣଙ୍କ ସକାଶେ ପିଇବାପାଇଁ ଥଣ୍ଡାଜଳ ଷ୍ଟାଣ୍ଡ ଟିଏ ମଧ୍ୟ ନାହିଁ । ଏହି ବ୍ଲକ ଅଂଚଳଟି ସମସ୍ତ ବିଧାୟକ ଙ୍କ କର୍ମସ୍ଥଳୀ ଅଟୋ ହେଲେ ମଣିଷର ଲଜ୍ଜା କୁ ଘୋଡାଇବାରେ ସମସ୍ତ ନେତା ବିଫଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଖାଯାଉ ମାଁ ଭଉଣୀ ଙ୍କ ଲଜ୍ଜା ଭୂଷଣ ପ୍ରତି କିଏ ଦୃଷ୍ଟି ଦେଇ ପରିଶ୍ରାଗୃହଟିଏ ନିର୍ମାଣ କରି ପାରୁଛି  ଓ ପାନୀୟ ଜଳ ର ବ୍ୟବସ୍ଥା ପ୍ରତି ସରକାର କେବେ ହୃଷ୍ଟି ଦେବେ ତାହା ଦେଖିବାକୁ ବାକିରହିଲା ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.