ପଶ୍ଚିମ ଓଡିଶାକୁ ଚାଲି ଚାଲି ଫେରୁଥିବା ଶ୍ରମିକଙ୍କୁ ଭଞ୍ଜନଗର ପ୍ରଶାସନ ସହାୟତା ଯୋଗାଇଲେ ।

0 266

ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୩/୦୪- ଲକ୍‌ଡାଉନ୍‌ ଯୋଗୁ କାମ ମିଳୁନାହିଁ। ତେଣୁ ବ୍ରହ୍ମପୁରରେ ଅଟକି ରହିଥିବା ପଶ୍ଚିମ ଓଡ଼ିଶାର ୧୩ ଶିଶୁ ସମେତ ୬୦ଜଣ ଶ୍ରମିକ ଚାଲିଚାଲି ନିଜ ଭିଟାମାଟିକୁ ଫେରୁଥିଲେ। ବୁଧବାର ଭଞ୍ଜନଗର ଦେଇ ଯାଉଥିବା ସମୟରେ ଲୋକେ ଦେଖି ସହାୟତାର ହାତ ବଢ଼ାଇଥିଲେ ଏବଂ ପ୍ରଶାସନ କୁ ଏହି ବିଷୟରେ ଅବଗତ କରାଇଥିଲେ ଏହାପରେ ଭଞ୍ଜନଗର ବ୍ଲକ ଓ ଏନ୍‌ଏସି ପ୍ରଶାସନ ମଧ୍ୟ ସହାୟତାର ହାତ ବଢ଼ାଇଥିଲେ । ଦିନରେ ସେମାନଙ୍କୁ ସୋରାଦେବୀ ମନ୍ଦିରରେ ରଖାଯାଇଥିଲା। ବୁଧବାର ସନ୍ଧ୍ୟାରେ ବର୍ଷା ହେବାରୁ ସେମାନଙ୍କୁ ମୁଜାଗଡ଼ ହାଇସ୍କୁଲ ରାତିରେ ସ୍ଥାନାନ୍ତର କରାଯାଇଥିଲା । ଗୁରୁବାର ବିଦ୍ୟାଳୟ ପରିସରରେ ଚାଉଳ ବଣ୍ଟନ ହେଉଥିବାରୁ ଉକ୍ତ ଲୋକଙ୍କ ରହଣିକୁ ନେଇ ଗ୍ରାମବାସୀ ବିରୋଧ କରିଥିଲେ। ତେଣୁ ଗୁରୁବାର ସନ୍ଧ୍ୟାରେ ସେମାନଙ୍କୁ ଦଦରାଲୁଣ୍ଡା ପଞ୍ଚାୟତ ବେଡ଼ିଗୋବା ସ୍କୁଲକୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯିବା ଯୋଜନା ଅଛି।ପ୍ରକାଶ ଯେ, ବରଗଡ଼ ଓ ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରୁ ଶ୍ରମିକ କାମ କରିବାକୁ ଗତ ଡିସେମ୍ବର ମାସରେ ବ୍ରହ୍ମପୁର ଯାଇଥିଲେ। ଲକ୍‌ଡାଉନ୍‌ ଯୋଗୁ କାମ ମିଳି ନ ଥିଲା। ଫଳରେ ସେମାନେ ଚାଲିଚାଲି ଘରକୁ ଫେରୁଥିଲେ। ଭଞ୍ଜନଗରରେ ପହଞ୍ଚିବା ପରେ ଏନ୍‌ଏସି ଓ ବ୍ଲକ ପ୍ରଶାସନ ପାଖରେ ଖବର ପହଞ୍ଚିଥିଲା। ପ୍ରଶାସନ ତପତ୍ରତା ଦେଖାଇ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବା ବ୍ୟବସ୍ଥା କରିଥିଲା। 
ରିପୋର୍ଟ – ରାହୁଲ ବେହେରା ।

Leave A Reply

Your email address will not be published.