ପରଲୋକରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପଣ୍ଡିତ ଯଶରାଜ ।

0 1,087

ନୂଆଦିଲ୍ଲୀ: ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କିମ୍ବଦନ୍ତି ପଣ୍ଡିତ ଯଶରାଜଙ୍କର ୯୦ ବର୍ଷ ବୟସରେ ଆଜି ଯୁକ୍ତରାଷ୍ଟ୍ର ଆମେରିକା ନିଉ ଜର୍ସିରେ ଦେହାନ୍ତ ହୋଇଯାଇଛି। ହୃଦ୍‌ଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି।ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତର ଅନ୍ୟତମ ପ୍ରସିଦ୍ଧ ସଂଗୀତଜ୍ଞ ପଣ୍ଡିତ ଯଶରାଜ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନ ପ୍ରାପ୍ତ । ଦୀର୍ଘ ୮୦ ବର୍ଷରୁ ଅଧିକ ସଙ୍ଗୀତ କ୍ୟାରିୟର୍ ମଧ୍ୟରେ ସେ ଅଗଣିତ ସମ୍ମାନଜନକ ପୁରସ୍କାର ପାଇଥିଲେ। ଉଭୟ ଶାସ୍ତ୍ରୀୟ ଓ ଉପଶାସ୍ତ୍ରୀୟ ଗାୟନରେ ପଣ୍ଡିତ ଯଶରାଜ ଥିଲେ ଅପ୍ରତିନ୍ଦ୍ବନ୍ଦ୍ବୀ।ପଣ୍ଡିତ ଯଶରାଜ ୧୯୩୦ ମସିହା ଜାନୁୟାରୀ ୨୮ରେ ହରିୟାଣାର ହିସାର ଜିଲ୍ଲାର ପିଲି ମାଣ୍ଡୋରିରେ ଜନ୍ମଗ୍ରହଣ କରିଥିଲେ। ଏକ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ବାପା ଥିଲେ ଶାସ୍ତ୍ରୀୟ ଗାୟକ ପଣ୍ଡିତ ମୋତିରାମ।

Leave A Reply

Your email address will not be published.