ପରମାନନ୍ଦ ମହାବିଦ୍ୟାଳୟରେ ସହିଦ୍ ଦିବସ ପାଳିତ;ଗାନ୍ଧୀଙ୍କ ବଳିଦାନ ଇତିହାସର ଅଲିଭା ଦାଗ।

0 239

ବୋଲଗଡ଼,୩୦/୧(ପିପିଟି): ସ୍ଥାନୀୟ ପରମାନନ୍ଦ ମହାବିଦ୍ୟାଳୟ ପକ୍ଷରୁ ରବିବାର ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୭୪ତମ ବଳିଦାନ ଦିବସରେ “ସହିଦ୍ ଦିବସ” ପାଳିତ ହୋଇଯାଇଛି । କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ପୌରୋହିତ୍ୟ କରିଥିଲେ । ପ୍ରାଧ୍ୟାପକ କର୍ମୋଦୟ ଛୋଟରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାର ପ୍ରାରମ୍ଭରେ ବାପୁଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ତାଙ୍କର ପ୍ରିୟ ଭଜନ “ବୈଷ୍ଣବ ଜନତୋ” ଶ୍ରାବ୍ୟ ଉପକରଣ ମାଧ୍ୟମରେ ପରିବେଷିତ ହୋଇଥିଲା । ପରେ ଛାତ୍ରଛାତ୍ରୀମାନେ ବାପୁଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ସଂଗୀତ ଗାନ କରିଥିଲେ । ଏଥିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବର୍ଷିୟାନ୍ ସମାଜସେବୀ ଗୋପୀନାଥ ପରିଜା ମୁଖ୍ୟ ଅତିଥି, ସଂପୁର ଚତୁର୍ଭୁଜ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗାନ୍ଧୀଙ୍କ ଆଦର୍ଶ ସର୍ବକାଳୀନ ସମାଜକୁ ସର୍ବଦା ଅଭିପ୍ରେରିତ କରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପରିଜାଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାଧ୍ୟାପିକା ଡ଼କ୍ଟର ସଂଯୁକ୍ତା ମିଶ୍ର, ଅଧ୍ୟାପକ ଗାନ୍ଧୀ କୁମାର ସାହୁ, ଅମର ଓଝା, ସନ୍ତୋଷ କୁମାର ବୈରୀଗଞ୍ଜନ, ଦୀପକ କୁମାର ଜେନା, ଅଭିଳାଷ ପଟ୍ଟନାୟକ, ଅଧ୍ୟାପିକା ଲିପିକା ପ୍ରିୟଦର୍ଶିନୀ, ରଶ୍ମିରାଣୀ ସୁବୁଦ୍ଧି, ଛବିରାଣୀ ସାହୁ ଓ ମୁଖ୍ୟ କିରାଣୀ ସତ୍ୟବ୍ରତ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପକ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କୋଭିଡ଼୍-୧୯ ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.