ପଦ୍ମପୁର ସୁନ୍ନି ମୁସଲିମ୍ ଜମାତ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ରାଶି ପ୍ରଦାନ ।

0 60

ପଦ୍ମପୁର,(ପିପିଟି)୨୯/୦୪– ସାରା ବିଶ୍ବ ଏକ ଅଦୄଶ୍ୟ ଶକ୍ତି ସହ ଲଢେ଼ଇ କରୁଛି । କରୋନା ଭୂତାଣୁ ଯୋଗୁଁ ଭାରତରେ ଦ୍ବିତୀୟ ପର୍ଯ୍ୟାୟ ତାଳାବନ୍ଦ ଜାରି ରହିଛି । କରୋନା ଯୋଗୁଁ ସାରା ଭାରତ ଏକ ଦୟନୀୟ ଅବସ୍ଥାରେ ଗତି କରୁଛି । ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ମାନେ ଏହି କରୋନା ମହାମାରୀ ସହ ଲଢେଇ ପାଇଁ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତିନି ମାସର ଦରମା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ପ୍ରଦାନ କରିଛନ୍ତି । ଆଜି ପଦ୍ମପୁର ସୁନ୍ନି ମୁସଲିମ ଜମାତ ତରଫରୁ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ୫୧,୦୦୦ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏହି ଚେକ ପ୍ରଦାନ ସମୟରେ ସୁନ୍ନି ମୁସଲିମ ଜମାତ ର ନଜମୁଲ ହୋଡା,ହାଜି ଓ୍ବାହିଦ,ହାଜି ଜିଲାନୀ,ହାଜି ରଫିକ,ଏମଡି ମନସୁର,ଏମଡି ଜାଓ୍ବେଦ ଓ ସେକ ନିଆଜୁ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.