ପଦ୍ମପୁର ବସ୍ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ।

0 226

ପଦ୍ମପୁର,(ପିପିଟି ନ୍ଯୁଜ୍)୦୮/୦୪-ସାରା ବିଶ୍ୱରେ ବର୍ତ୍ତମାନ ନିଜର କାୟା ବିସ୍ତାର କରିଥିବା କରୋନା ଭୁତାଣୁ କୋବିଦ-୧୯ ସହ ଲଢ଼ୁଥିବା ଯୁଦ୍ଧ ରେ ବିଜୟୀ ହେବ ପାଇଁ କେନ୍ଦ୍ର ସରକାର ୨୧ ଦିନ ର ଲକ ଡାଉନ ଘୋଷଣା କରିଛନ୍ତି। ଏହା ସହ ଉଭୟେ ରାଜ୍ୟ ଏବଂ କେନ୍ଦ୍ର ସରକାର ନୀତି ଜନସାଧରଣ ଙ୍କ ସୁବିଧା ଏବଂ ହିତରେ ବିଭିର୍ଣ ଯୋଜନା ମନ ତଥା ଦରକାର ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ , ଜାଗା ଜାଗା ରେ କ୍ୱେରେଣ୍ଟିଂନ ୱାର୍ଡ ତଥା ଆଇସୋଲେଶନ ୱାର୍ଡ ଆଦି ନିର୍ମାଣ ଇତ୍ୟାଦି ବହୁ କାର୍ଯ୍ୟକ୍ରମ ଚଳାଇ ଥିବା ବେଳେ ନୀତି ବହୁ ସାମାଜିକ ଅନୁଷ୍ଠାନ ଆଗକୁ ଆସି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନିଜର ନିଜର ଅନୁଦାନ ମାନ ପ୍ରଦାନ କରୁଛନ୍ତି। ସେହି ପରି ଆଜି ପଦ୍ମପୁର ବସ ମାଲିକ ସଂଘ ତରଫରୁ ମଧ୍ୟ ପଦ୍ମପୁର ଉପ-ଜିଲ୍ଳାପାଳଙ୍କ କାର୍ଯ୍ୟଳୟ ଠାରେ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ ୫୧,୦୦୦. ଟଙ୍କାର ଅନୁଦାନ ସଙ୍ଘର ସଭାପତି ମନୋରଞ୍ଜନ ସିଂ ବାରିହା ଏବଂ ସମ୍ପାଦକ ଶେଖ ସମୀର ହୁସେନ ଙ୍କ ଦ୍ୱାରା ଦିଆ ଯାଇଥିବା ବେଳେ କୌଣସି ଜରୁରୀ କାର୍ଯ୍ୟ ଯୋଗୁଁ ଉପ-ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟ ର ନଜିର ଗୋୖରାଙ୍ଗ ଚରଣ ଦେବତା ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଉପସ୍ଥିତି ରେ ବସ ମାଲିକ ସଙ୍ଘ ତରଫରୁ ଏହି ଅନୁଦାନ ଗ୍ରହଣ କରି ଥିଲେ। ରାଜ୍ୟ ତଥା ଦେଶ ର ହିତ ପାଇଁ ଏହି ଅନୁଦାନ ଏକ ଛୋଟ ପ୍ରୟାସ ମାତ୍ର ଏବଂ ଆଗକୁ ମଧ୍ୟ ସରକାର ଙ୍କ ଏହି ଲଢେଇ ରେ ପଦ୍ମପୁର ବସ ମାଲିକ ସଙ୍ଘ ସମ୍ପୂର୍ଣ୍ଣ ସହଯୋଗିତା ରଖିବ ବୋଲି ସଂଘ ର ସଦସ୍ୟ ମାନେ କହିଛନ୍ତି।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.