ପଦ୍ମପୁର ଦୈନିକ ବଜାରରେ କୋଭିଡ୍ ଆଇନ ଉଲ୍ଲଂଘନ ।

0 233

ପଦ୍ମପୁର,୨୧/୦୮(ପିପିଟି); ସରକାର ମହାମାରୀରେ ଲୋକଙ୍କ ଧନଜୀବନ ବଂଚାଇବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଥିଲାବେଳେ ବରଗଡ ଜିଲ୍ଲାର ପଦ୍ମପୁର ସହରର ଦୈନିକ ବଜାର ଦେଖିବାକୁ ମିଳୁଛି ଜନସମୁଦ୍ର । ସତେଯେମିତି ଏଠି ସବୁଦିନ ସମୁଦ୍ର ଲହଡି ଭାଙ୍ଗୁଛି । ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଜନସାଧାରଣଙ୍କୁ ବୁଝାଇବା ସହ ଡାକବାଜୀ ଯନ୍ତ୍ର ରେ ତାଗିଦ ସହ ଅନୁରୋଧ ସବୁ ପାଣି ଫୋଟକା ଭାବେ ମିଳାଇ ଯାଉଛି । ଏଭଳି ସଂଗୀନ ସ୍ଥିତିରେ ଜନସାଧାରଣ ଯଦି କରୋନାକୁ ଉପହାସ କରିବେ ତେବେ ଆମ ଶାନ୍ତ ପଦ୍ମପୁର ଉପଖଣ୍ଡରେ ବହୁଳ ପରିମାଣ ରେ କରୋନା ସଂକ୍ରମିତ ହେବ ଏଥିରେ ତିଳେମାତ୍ର ସନ୍ଧେହ ନାହିଁ । ପଦ୍ମପୁର ପୋଲିସ ଏଥିପ୍ରତି ଦୃଷ୍ଟି ଦେଇ ବ୍ୟାପକ ଭାବେ ଜନସାଧାରଣଙ୍କୁ ସଚେତନ କରାଇ ପାରିଲେ ନିଶ୍ଚୟ ଆମ ପଦ୍ମପୁର ଅଞ୍ଚଳ କରୋନା ଦାଉରୁ ରକ୍ଷା ପାଇ ପାରିବ ବୋଲି ମତ ପ୍ରକାଶ ପାଉଛି । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.