ପଦ୍ମପୁର ଠାରେ ସହିଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ।

0 209

ପଦ୍ମପୁର,୧୮/୦୬(ପିପିଟି); ଗତ ୧୫ ରାତିରେ ଭାରତ ଏବଂ ଚୀନ୍ ସୀମା ଗଲୱାନ ଉପତ୍ୟକାରେ  ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ ଲଢେଇ ଘଟି ଭାରତର ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ସୈନ୍ଯ ସହିଦ ହୋଇଛନ୍ତି । ଏହି ଘଟଣା ପରେ ଉଭୟ ଚୀନ୍ ଏବଂ ଭାରତ ସୀମାରେ ଅଶାନ୍ତି ବଢିବାକୁ ଲାଗିଥିବା ବେଳେ ଦେଶ ବାସିଙ୍କ ମନରେ ମଧ୍ୟ ଏହି ଘଟଣାକୁ ନେଇ ଉତ୍ତେଜନା ବଢିବା ସହ ଚୀନ୍ ଦ୍ରବ୍ୟ ବର୍ଜନ ପ୍ରମୁଖ ଦାବି ଦେଖିବାକୁ ମିଳୁଛି। ଅନ୍ୟ ପଟେ ସହିଦ ହୋଇଥିବା ଭାରତୀୟ ଜବାନ ମାନଙ୍କ ପାଇଁ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବହୁ ଜାଗାରେ ସହିଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ପଦ୍ମପୁର ସହର ସ୍ଥାନୀୟ ରିକ୍ରେସନ ସେଣ୍ଟର ଠାରେ ଏକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମ କରା ଯାଇଥିଲା। ପଦ୍ମପୁର ଉପ–ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେଣ୍ଡେଲ ଜାଳି ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ବେଳେ ସହକାରୀ ଜିଲ୍ଲାପାଳ ଦିପ୍ତିମୟି ଭୁଏ, ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନିର୍ବାହି ଅଧିକାରୀ ଜୟନ୍ତ କୁମାର ସାହୁ, ପଦ୍ମପୁର ସୁଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ପୁର୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସହ ପଦ୍ମପୁରର ବିଭିନ୍ନ ମାନ୍ୟଗନ୍ୟ ବ୍ୟକ୍ତି ଏବଂ ମାରୱାଡି ଜୁବାମଂଚ, ସିଟିଜନ କମିଟି, ମାଚେର୍ଣ୍ଟ ଏସୋସିଏସନର ସଦସ୍ୟ ମାନେ ଉପସ୍ଥିତ ରହି ଦେଶ ପାଇଁ ନିଜର ଜଳାଞ୍ଜଳି ଦେଇ ଚିର ଦିନ ପାଇଁ ନିଜର ନାମକୁ ଭାରତର ବିର ପୁତ୍ରଙ୍କ ଇତିହାସ ରେ ସ୍ବର୍ଣ୍ଣମୟ ଅକ୍ଷରରେ ଲିପି ବଦ୍ଧ କରିଯାଇଥିବାରୁ ଶ୍ରଦ୍ଧାଞ୍ଜଳି ଦେବା ସହ ଜୟକାର କରିଥିଲେ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.