ପଦ୍ମପୁର ଅଞ୍ଚଳରେ ଅଭିନବ ପ୍ରୟାସ ।

0 112

ପଦ୍ମପୁର,(ପିପିଟି)୦୬/୦୫,ପଦ୍ମପୁର ଅଂଚଳ ରେ କରୋନା ଦାଉରୁ ନିଃସହାୟ ନିରୀହ ଖଟିଖିଆ ଦିନ ମଜୁରିଆଙ୍କ ମୁହଁ ରେ ଦିର୍ଘଦିନ ଧରି ବିଭିନ୍ନ ଅଞ୍ଚଳକୁ ଯାଇ ଶୁଖିଲାଖାଦ୍ୟ ଯୋଗାଇ ତାଙ୍କମାନଙ୍କ ମୁହଁ ରେ ହସ ଫୁଟାଇ ଆସୁଥିବା ଦିପ୍ତୀପୁର ର ଜୟ ଯବାନ କ୍ଲବ ଏବଂ ଜଟାଧାରୀ କ୍ଲବର ସଦସ୍ୟ ମାନଙ୍କ ମିଳିତ ଅଭିନବ ପ୍ରୟାସକୁ ଅଞ୍ଚଳର ଛୋଟ ବଡ ଠାରୁ  ଆରମ୍ଭକରି ଏଠାକାର ଅଗଣିତ ଜନସାଧାରଣ ତାରିଫ୍ କରିବାରେ ଲାଗିଛନ୍ତିା ଆଜି ପଦ୍ମପୁର ବ୍ଲକ ର ଲୋହାରପାଲି,ସର୍ଗିଜୁରୀ,ବରଭଟା,କଦଳୀମୁଣ୍ଡା,ଗମ୍ଭାଚୁଡା,ରିଡିହି ଓ କବିବରପୁର ଆଦି ଅଞ୍ଚଳର ୨୦୦ ଅସହାୟ ପରିବାରଙ୍କୁ ଉଭୟ କ୍ଲବର ସଦସ୍ୟ ଚାଉଳ,ଡାଲି,ଚୁଡା,ଚିନି,ଚାହା,ସୁଜି,ଅଟା,ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରି ହସ ଫୁଟାଇ ପାରିଛନ୍ତି । ଏଭଳି ନିଆରା କାର୍ଯ୍ୟକ୍ରମକୁ ରାଜବୋଡାସମ୍ବର ବ୍ଲକର ଏ.ବି.ଡି.ଓ ସୋନୁ ବାଗ,ସ୍ଥାନୀୟ ସରପଞ୍ଚ  ତୁଲାରାମ ଲୁହାର,ଅବସର ପ୍ରଧାନଶିକ୍ଷକ ଚନ୍ଦ୍ରଭାନୁ ପ୍ରଧାନ ଆସି ତଦାରଖ କରିବା ସହ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.