ପଦ୍ମନାଭପୁର ସଙ୍ଗରୋଧ କେନ୍ଦ୍ରରେ କୋଭିଡ୍ କ୍ଲାସ୍ ।

0 41

ଦିଗପହଣ୍ଡି,(ପିପିଟି)୦୮/୦୬,ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ନୋଡାଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ୯୭ ଜଣ ପ୍ରବାସୀଙ୍କୁ କରୋନା ଭଳି ମହାମାରୀ ଠାରୁ ଦୂରେଇ ରହିବା ଓ ହଟାଇବା ନିମନ୍ତେ କୋଭିଡ କ୍ଳାସ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ସଙ୍ଗରୋଧ କେନ୍ଦ୍ର ମାନଙ୍କରେ ପ୍ରବାସୀଙ୍କୁ କରୋନା ଠାରୁ ଦୂରେଇ ରହିବା ପାଇଁ କଣ କରିବା ଉଚିତ ଏବଂ ଅନୁଚିତ ତାହା ନେଇ ସ୍ଥାନୀୟ ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ କ୍ରୀଡା ଶିକ୍ଷକ ତଥା ନୋଡାଲ ଅଫିସର ସୁକୁରୁ ରେଡ୍ଡୀ ପ୍ରମୁଖ ସହ ଅତିରିକ୍ତ ନୋଡାଲ ଅଫିସର ପ୍ରଭାତ ଚନ୍ଦ୍ର ପାଢ଼ୀ , ସିମାଞ୍ଚଳ ପାଢ଼ୀ , ଜୁନିଅର କ୍ଳର୍କ ମାନସ ରଞ୍ଜନ କବି , ପୁଷ୍ପାଞ୍ଜଳି ସେଠୀ ,ବନିତା ପାଢ଼ୀ ଉପସ୍ଥିତ ରହି କରୋନା କଣ ଏହା କିପରି ବ୍ଯାପେ , ଏହାକୁ କିପରି ରୋକା ଯାଇପାରିବ ଭଳି ପ୍ରବାସୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଥିବା ଜଣାପଡିଛି । ଏଥିରେ ସମିତି ସଭ୍ୟ ସୁଶାନ୍ତ ସେଠୀ , ନାଏବ ସରପଞ୍ଚ ମନୋଜ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ । 
ରିପୋର୍ଟ -ସାଇଦୀପ ପୂଜାରୀ ।

Leave A Reply

Your email address will not be published.