ପଦ୍ମନାଭପୁର ଓ ଗୋକର୍ଣ୍ଣପୁର ସଙ୍ଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳନ ।

0 115

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୨୨/୦୫,ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଓ ଗୋକର୍ଣ୍ଣପୁର ସଙ୍ଗରୋଧ କେନ୍ଦ୍ର ପରିସରରେ ମହିଳା ଅନ୍ତେବାସୀଙ୍କ ଦ୍ବାରା ଶୁକ୍ରବାର ଦିନ ସାବିତ୍ରୀ ବ୍ରତ ପାଳିତ ହୋଇଥିବା ଜଣାପଡିଛି । ଲକଡାଉନ ପରଠାରୁ ବାହାର ରାଜ୍ୟରୁ ଫେରି ଆସିଥିବା ପ୍ରବାସୀ ଓଡିଆ ମାନଙ୍କୁ ବ୍ଳକର ବିଭିନ୍ନ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । ଶୁକ୍ରବାର ଦିନ ପଦ୍ମନାଭପୁର ଦାମୋଦର ବାଳିକା ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ତତ୍ତ୍ଵାବଧାନରେ ରହୁଥିବା ଗୀତା ପ୍ରଧାନ, ରଶ୍ମିତା ରଣା, ସଂଗୀତା ପ୍ରଧାନ ନାମକ ୩ ମହିଳା ଅନ୍ତେବାସୀଙ୍କୁ ପଞ୍ଚାୟତ ପକ୍ଷରୁ ନୂତନ ବସ୍ତ୍ର ସହ ପୂଜାକାର୍ଯ୍ୟ ନିମନ୍ତେ ସମସ୍ତ ପୂଜା ସାମଗ୍ରୀ ପ୍ରଦାନ କରାଯାଇଥିଲା । ପଣ୍ଡିତ ରବିନ୍ଦ୍ର ତ୍ରିପାଠୀଙ୍କ ପୈାରହିତ୍ଯରେ ପୂଜାକାର୍ଯ୍ୟ ସମାପନ କରାଯାଇଥିଲା । ହିନ୍ଦୁଧର୍ମର ପରମ୍ପରା ଅନୁସାରେ ମହିଳା ମାନେ ନିଜ ସ୍ବାମୀଙ୍କ ଦୀର୍ଘଆୟୁ କାମନା କରି ଏହି ବ୍ରତ ପାଳନ କରିଥିଲେ । ଏହି ବ୍ରତ ପାଳନ ସମୟରେ ଅଙ୍ଗନୱାଡ଼ି କର୍ମୀ ସବିତା ଆଚାରୀ , ପି. ଭବାନୀ , ଆଶାକର୍ମୀ ଜୋତ୍ସ୍ନା ଯାନୀ, ବାଳିକା ବିଦ୍ୟାଳୟ ଶିକ୍ଷୟତ୍ରୀ ଗାୟତ୍ରୀ କୁଡୁମ ସହଯୋଗ କରିଥିଲେ । ସେହିପରି ଗୋକର୍ଣ୍ଣପୁର ଆଦିବାସୀ ହଷ୍ଟେଲରେ ୧୩ ଜଣ ମହିଳା ଅନ୍ତେବାସୀଙ୍କୁ ସ୍ଥାନୀୟ ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ ବସ୍ତ୍ର ଠାରୁ ଆରମ୍ଭ କରି ସାବିତ୍ରୀ ଅମାବାସ୍ୟା ଜିନିଷ ଯୋଗାଇ ଦେଇଥିଲେ । ସଙ୍ଗରୋଧ କେନ୍ଦ୍ରରେ ଏଭଳି ପୂଜା କାର୍ଯ୍ୟକ୍ରମର ଆୟୋଜିତ ହୋଇଥିବା ଯୋଗୁଁ ମହିଳା ଅନ୍ତେବାସୀମାନେ ଖୁସି ପ୍ରକଟ କରିଥିବା ବେଳେ ସରପଞ୍ଚମାନଙ୍କ ପ୍ରୟାସ ଓ ସହଯୋଗ ଯୋଗୁଁ ଧନ୍ୟବାଦ ଅର୍ପଣ କରିଛନ୍ତି । ସରପଞ୍ଚ ମୀନତି କୁମାରୀ ଦେବୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଜାଗିଲି ସାହୁ ସମେତ ଅଙ୍ଗନୱାଡ଼ି କର୍ମୀ , ଆଶାକର୍ମୀ ସହଯୋଗ ପ୍ରଦାନ କରିଥିଲେ ।
ରିପୋର୍ଟ -ସାଇଦୀପ ପୂଜାରୀ ।

Leave A Reply

Your email address will not be published.