ନୋଡାଲ ସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଭାଗବତ ଚର୍ଚ୍ଚା ଓ ଯୋଗଶିକ୍ଷା ।

0 383

କୋଦଳା,(ପିପିଟି ନ୍ଯୁଜ୍)୨୦/୦୫, କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ରେ ଚାଲିଥିବା ସଙ୍ଗରୋଧ କେନ୍ଦ୍ର ରେ ରହୁଥିବା ୧୧୬ ଅନ୍ତେବାସୀଙ୍କ ମଧ୍ୟରେ କୋଭିଡ୍ ୧୯ ତଥା ମହାମାରୀ କରୋନା ଭାଇରସର ସଂକ୍ରମଣ ଏବଂ ଏହାର ପ୍ରତିକାର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ତେବାସୀଙ୍କ ମଧ୍ୟରେ ଆଧ୍ୟାତ୍ମିକତା ଓ ମନୋବଳକୁ ସକାରାତ୍ମକ ଦିଗରେ ଉତ୍ସାହିତ କରିବା ପାଇଁ ଭାଗବତ କଥା ଓ ଯୋଗ ଶିକ୍ଷା ଆଦି ଵିଷୟ ରେ ଆଲୋକପାତ କରାଯାଇଥିଲା।ଏହାକୁ ସେଣ୍ଟର ଇନଚାର୍ଜ ସମେତ ସହକାରୀ ଇନଚାର୍ଜ ପ୍ରକାଶ ଚନ୍ଦ୍ର ବେହେରା,ଅଶୋକ କୁମାର ପଲତା, ଶରତ ଚନ୍ଦ୍ର ଜାଲି, ଵିଷ୍ଣୁ ପ୍ରସାଦ ଶତପଥୀ ,ନୋଡାଲ ଅଫିସର ଦ୍ଵାରିକା ନାଥ ପାଢ଼ୀ ,ଅଙ୍ଗନୱାଡି କର୍ମୀ ସବିତା କୁମାରୀ ପାଢ଼ୀ , ପ୍ରଭାସିନି ସେଠୀ ତଥା ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.