ନୃସିଂହନାଥ ଦର୍ଶନ ବନ୍ଦ,ପରିବେଶ ଶାନ୍ତ

0 482

ପଦ୍ମପୁର(ପିପିଟି ନ୍ଯୁଜ୍)୨୦,୩ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ନିକଟ ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାଦ ଦେଶରେ ବିଜେ ଶ୍ରୀ ଶ୍ରୀ ନୃସିଂହନାଥର ପରିବେଶ ଶାନ୍ତ , ଜନଶୂନ୍ଯ ରହିଛି । ଜନ ସାଧାରଣଙ୍କ ହିତ ଦୃଷ୍ଟିରୁ ପ୍ରସାଶନ ତୀର୍ଥକ୍ଷେତ୍ର,ଅନୁଷ୍ଠାନ,ଦୋକାନ ବଜାର ଆଦିରେ ଭିଡ କମ୍ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସେଥିରେ ନୃସିଂହନାଥ ବାଦ୍ ପଡିନାହିଁ। ଭକ୍ତମାନଙ୍କ ଦେଖିବାକୁ ମିଳୁନାହିଁ । ମନ୍ଦିର ସମ୍ମୁଖ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଦୋକାନ ଗୁଡିକରେ ତାଲା ଝୁଲୁଛି । ଜୀବନ ଜୀବିକା ପାଇଁ ଅଁଳା,କେନ୍ଦୁ,ଚେରମୂଳୀ,ବାଦାମ,ଚଣା ବିକ୍ରି କରୁଥିବା ଉଠା ଦୋକାନୀମାନେ ଚୁପ୍ ବସିଛନ୍ତି । ତାଙ୍କର ପେଟପାଟଣା ସମସ୍ୟା ସୃଷ୍ଟି କରିଛି । ପ୍ରଭୁ ସେବାରେ ଲାଗୁଥିବା ଫୁଲ ବାଲା କି କ୍ୟାମେରା ବାଲାଙ୍କ ଦେଖା ମିଳୁନାହିଁ । ସବୁଆଡେ ନୀରବତା । କେବେ ପୁଣି ମନ୍ଦିର ପରିବେଶ ଚଳଚଂଚଳ ହେବ,ତାହାକୁ ସମସ୍ତଙ୍କ ଅପେକ୍ଷା ।

Leave A Reply

Your email address will not be published.