ନୂତନ ଭିଜିଲାନ୍ସ ଏସପିଙ୍କ ଦାୟିତ୍ବ ଗ୍ରହଣ ।

0 612

ବ୍ରହ୍ମପୁର,୦୩/୦୭(ପିପିଟି);ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ନୂଆ ଏସପି ଭାବରେ ଅନୀଲ କୁମାର ପାତ୍ର ଗୁରୁବାର ଦିନ ଦାୟିତ୍ବ ଗ୍ରହଣ କରିଛନ୍ତି ।ଶ୍ରୀ ପାତ୍ର ପୂର୍ବରୁ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନରେ ଅତିରିକ୍ତ ଏସପି ଭାବରେ କାର୍ଯ୍ୟ କରୁଥିଲେ ।ସେ ସେଠାରୁ ପଦୋନ୍ନତି ବ୍ରହ୍ମପୁର ଭିଜିଲାନ୍ସ ଏସପି ହୋଇଛନ୍ତି ।ପୂର୍ବରୁ ଭିଜିଲାନ୍ସ ଏସପି ମୟାଧର ସ୍ବାଇଁ ଜୁନ୍ ୩୦ରେ ଅବସର ଗ୍ରହଣ କରିଥିଲେ ।ଶ୍ରୀ ସ୍ବାଇଁଙ୍କ ସମୟରେ ଅଧିକାଂଶ ଦୁର୍ନୀତି ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ଦବାଇ ରଖିବାରେ ସଫଳ ହୋଇଛନ୍ତି କିନ୍ତୁ ତାଙ୍କ ସମୟରେ ୧୦ରୁ ଉର୍ଦ୍ଧ୍ବ ମାମଲା ଉଚ୍ଚ ନ୍ୟାୟାଳୟକୁ ଯାଇଛି ଏବଂ ତାଙ୍କ ନାମରେ ମଧ୍ୟ ଗୋଟିଏ ମାମଲା ହୋଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଭିଜିଲାନ୍ସ ଡିଭିଜନରେ ଜଣେ ଆଇପିଏସ୍ ଙ୍କୁ ନିଯୁକ୍ତି ନଦେଇ ପଦୋନ୍ନତି ପାଇଥିବା ଓପିଏସ୍ ନିଯୁକ୍ତିକୁ ନେଇ ସାଧାରଣରେ ଭିନ୍ନ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.