ନୂଆଖାଇ ବଜାରରେ ପ୍ରବଳ ଭିଡ,କରୋନା କଟକଣାକୁ ମାନିଲେନି ଜନସାଧାରଣ: ପ୍ରଶାସନ ନିରବ ।

0 246

ଉଲୁଣ୍ଡା,୨୨/୦୮(ପିପିଟି); ସାରା ପଶ୍ଚିମ ଓଡିଶା ରେ ଗଣାପର୍ବ ନୂଆଖାଇ ପାଇଁ ଆଜି ଓ କାଲି ଦୁଇ ଦିନ ପାଇଁ ପ୍ରଶାସନ ପକ୍ଷରୁ କରୋନା କଟକଣାକୁ କୋହଳ କରାଯାଇଛି । ଯାହାକି ଏବେ ସମସ୍ୟା ସୃଷ୍ଟି କରିଛି ।ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର କରୋନା କଟକନାରେ କିଛିଟା କୋହଳ କରାଯାଇ ଏହି ଦୁଇ ଦିନ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି । କାଲି ନୁଆଖାଇ ହେଉଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ବିଭିନ୍ନ ସାପ୍ତାହିକ ବଜାର ବସିଥିବାବେଳେ ଲୋକଙ୍କ ଗହଳି ମଧ୍ୟ ପ୍ରବଳ ଲାଗିଥିଲା ।ସାମାଜିକ ଦୂରତା କେହି ମାନୁନଥିବାବେଳେ କାହାରି ମୁହଁରେ ମାସ୍କ ବା ରୁମାଲ ଦେଖିବାକୁ ମିଳିନଥିଲା । ଯାହାକି ଗୋଷ୍ଟି ସଂକ୍ରମଣର ଆଶଙ୍କା ଦେଖାଦେଇଛି ।ପ୍ରଶାସନ ମଧ୍ୟ ଏସବୁକୁ ଦେଖି ଚୁପ ରହିଯାଇଥିଲା । ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.