ନିର୍ଧାରିତ ଦୈନିକ ମଜୂରୀ ଓ ୮ ଦଫା ଦାବିରେ ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ମନରେଗା ଶ୍ରମିକଙ୍କ ୮ ଜୁଲାଇ ରେ ପଦଯାତ୍ରା ।

0 659

ବ୍ରହ୍ମପୁର ,୦୨/୦୭(ପିପିଟି); କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଗଞାମ କଳାପରିଷଦ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଶ୍ରମିକ ମାନେ ଦୈନିକ ୧୨୦-୧୪୦ ଟଙ୍କାରେ ମାତ୍ର ଖଟୁଛନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି। ଯଦି ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ମଜୂରୀ ଆଇନକୁ ଅବମାନନା ହୋଇପାରୁଛି, ତାହେଲେ ସାରା ରାଜ୍ୟରେ  ନରେଗା ଯୋଜନାରେ ମେସିନ ବ୍ୟବହାର, ହରିଲୁଟ ଓ ମଜୂରୀ ହଡପ ସାଧାରଣ କଥା । କରୋନା ମହାମାରୀ ସମୟରେ ଆମ ରାଜ୍ୟର ୩୦ ଲକ୍ଷ ପ୍ରବାସୀ ଶ୍ରମିକ ମଧ୍ୟରୁ ୭ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରମିକ ନିଜ ଭିଟାମାଟିକୁ ଫେରିଛନ୍ତି ।  ଆମ ଗଞ୍ଜାମ ଜିଲ୍ଲାର କେବଳ ୩ ଲକ୍ଷରୁ ଊର୍ଦ୍ଧ୍ଵ ଫେରିଛନ୍ତି । ସେମାନେ ବହୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ହିଁ ପରିବାର ପ୍ରତିପୋଷଣ ପାଇଁ ଏକମାତ୍ର ବିକଳ୍ପ । ଜିଲ୍ଲାରେ ୧ ଲକ୍ଷ ୪୧ ହଜାର ମନରେଗା ପରିବାର କାମ କରୁଥିବା ବେଳେ ଜିଲ୍ଲାରେ ବ୍ୟାପକ ଠକେଇ, ହରିଲୁଟ ଓ ମେସିନ ବ୍ୟବହାର ହେଉଛି ତାସହିତ କମ ମଜୂରୀ ପ୍ରଦାନ ଶ୍ରମିକ ମହଲରେ ନିରାଶା ସୃଷ୍ଟି କରୁଛି । ଏହା ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରୁ ସ୍ବଷ୍ଟ ବାରି ହୁଏ । ୧ ଅପ୍ରେଲ ୨୦୨୦  ଠାରୁ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦୈନିକ ମଜୂରୀ ରେ ୨୦ ଟଙ୍କା ବୃଦ୍ଧି କରି ୨୦୭ କରିଛନ୍ତି କିନ୍ତୁ ଏହି ବ୍ଳକରେ ମାତ୍ର ୧୨୦-୧୪୦ ଟଙ୍କାରେ ଶ୍ରମିକମାନେ ଖଟୁଛନ୍ତି ।  ସେଥିରେ ଶ୍ରମିକ ମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ କିପରି ହେବ ?  କରୋନା ମହାମାରୀ ସମୟରେ ତାଲାବନ୍ଦ ଯୋଗୁଁ ରୋଜଗାର ହରାଇ ହନ୍ତସନ୍ତ ହେଉଥିବା ବେଳେ ମନରେଗା କାମ କରିଥିବା ବଡଖଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ଲକ୍ଷ୍ମୀ ନାଇକ ୫୮ ଦିନର ମଜୁରୀ ପାଇ ନାହାନ୍ତି, ଏପରି ଝିଲ୍ଲୀ, ଝୁନୁ ଆଦି ୧୫୦ ଶ୍ରମିକ କିଏ ତିନୋଟି ତ କିଏ ୫ ଟି ମାଷ୍ଟ୍ର ରୋଲର ମଜୂରୀ ପାଇ ନାହାଁନ୍ତି, ବଡଖଣ୍ଡି ପଞ୍ଚାୟତ ରେ କେବଳ ୪୭୬ ଟି ବ୍ଲକରେ ସମୁଦାୟ ୪ ହଜାରରୁ ଉର୍ଦ୍ଧ୍ବ ଯାହା ନରେଗା ସାଇଟରେ ଉପଲବ୍ଧ ଅଛି । ମଜୂରୀ ସମ୍ପର୍କରେ ଜେଇ ଠାରୁ ବିଡ଼ିଓ ଙ୍କ ଗୋଟିଏ ଉତ୍ତର ଶ୍ରମିକଙ୍କ ସର୍ବନିମ୍ନ ମଜୂରୀ ପାଇବାର ଯୋଗ୍ୟତା ନାହିଁ । ସର୍ବନିମ୍ନ ମଜୂରୀ ଆଇନ ୧୯୪୮ ଅନୁଯାୟୀ ମଜୂରୀ ପାଇବା ହେଉଛି ଶ୍ରମିକର ହକ, ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏପରି ଅବମାନନା ହେଉଥିବାରୁ ମୂଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ପ୍ରକାଶ କରିଛନ୍ତି । ମନରେଗା ରେ ଯେଉଁ ମନୋମୂଖୀ କାରବାର ଚାଲିଛି ସେଥିରେ ପରିବର୍ତ୍ତନ ପାଇଁ ଆସନ୍ତା ଜୁଲାଇ ୦୮ ରେ ଗାଁ ରୁ ହିଞ୍ଜିଳିକାଟୁ ପଦଯାତ୍ରା ଅନୁଷ୍ଠିତ ହେବ। ମନରେଗା ଶ୍ରମିକ, ପ୍ରବାସୀ ଶ୍ରମିକ, କୃଷି ଶ୍ରମିକ, ଭୂମିହୀନ, ଭାଗଚାଷୀ ସମେତ ସମସ୍ତ ଗରିବ ପରିବାର ଏହି ପଦଯାତ୍ରାରେ ସାମିଲ ହୋଇ ସଫଳ କରିବେ ବୋଲି ସୂଚନା ପ୍ର କରିଥିଲେ । ମନରେଗାର ଅବ୍ୟବସ୍ଥା ବିରୁଦ୍ଧରେ ରାଜ୍ୟବ୍ୟାପୀ ପ୍ରତିବାଦ ଗଢି ତୋଳିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପଦଯାତ୍ରାରେ ୮ ଦଫା ଦାବୀ ହେଉଛି ୧. ନିର୍ଧାରିତ ମଜୁରୀ ୨୦୭ ଟଙ୍କା ସହ ବଞ୍ଚିବା ଯୋଗ୍ୟ ମଜୂରୀ ପ୍ରଦାନ କର, ବକେୟା ମଜୂରୀ ତୁରନ୍ତ ପ୍ରଦାନ କର । ୨. ନରେଗାରେ ୨୦୦ ଦିନର କାମ ସହ ଦୈନିକ ମଜୁରୀ ୫୦୦ ଟଙ୍କାକୁ ବୃଦ୍ଧି କର,୩.  କୃଷି କ୍ଷେତ୍ରର ଋଆ, ବଛା, କାଟିବା, ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଆଦି କାର୍ଯ୍ୟକୁ ନରେଗା ସହ ଯୋଡି  ଶ୍ରମିକଙ୍କ ମଜୂରୀ ପ୍ରଦାନ କର, ୪. ସମସ୍ତ ନରେଗା ଶ୍ରମିକଙ୍କୁ  ନିର୍ମାଣ ଶ୍ରମିକ ସହାୟତା ୧୫୦୦ ଟଙ୍କା ଏବଂ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କର,୫.ରାସନକାର୍ଡରୁ ବଞ୍ଚିତ ହୋଇଥିବା ନରେଗା ଶ୍ରମିକଙ୍କୁ ତୁରନ୍ତ ରାସନକାର୍ଡ ଏବଂ ମୁଣ୍ଡ ପିଛ ୧୦ କେଜି ଚାଉଳ ସହ ଅତ୍ୟାବଶ୍ୟକ  ସାମଗ୍ରୀ ପ୍ରଦାନ କର ଏବଂ ରୋଜଗାର ବିହୀନ ପରିବାରକୁ ମାସିକ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କର,୬. ଅଚଳ ହୋଇ ପଡିଥିବା ସୁତାକଳ, ଚିନିକଳ, ଲୁଗାକଳ ଆଦିର ପୁନରୁଦ୍ଧାର କରି ନିଯୁକ୍ତି ଦିଅ, ୭. ସଂଘରୋଧ କେନ୍ଦ୍ରରୁ ଫେରିଥିବା ଶ୍ରମିକଙ୍କୁ ୨ ହଜାର ଟଙ୍କା ତୁରନ୍ତ ପ୍ରଦାନ କର, ଗରିବ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଗଞ୍ଜାମ ଜିଲ୍ଲାର ସମସ୍ତ ଗରିବ ପରିବାରର ଉନ୍ନତିର ଦାୟିତ୍ୱ ନିଅ, ୮. ମନରେଗା କାର୍ଯ୍ୟରେ ନିୟୋଜିତ ସମସ୍ତ ମେସିନକୁ ଜବତ ଓ ମଜୂରୀ ହଡପ କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ । ଏହି ଦାବୀକୁ ତୁରନ୍ତ ମାନିନେବା ପାଇଁ ଚାପ ପ୍ରୟୋଗ କରାଯିବ । ସାମ୍ବାଦିକ ସମ୍ମିଳନୀରେ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଜିଲ୍ଲା କମିଟି ସଦସ୍ୟ ପି.ପାର୍ବତୀ, ନରେଗା ଶ୍ରମିକ ସଂଯୁକ୍ତା ନାୟକ, ଲକ୍ଷ୍ମୀ ନାୟକ, ବୁଲି ବେହେରା, ସୁଧିର ନାୟକ, ସୁବାଷ ନାଇକ, ଝୁମୁରି ବେହେରା ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.