ନିମିନାରେ ମଦ ବନ୍ଦ , ସଚେତନ କଲେ ସରପଞ୍ଚ ଓ ଗ୍ରାମବାସୀ ।

0 827

କୋଦଳା,ତା-୨୨/୦୬(ପିପିଟି); ଆମ ଗାଁ ରେ ମଦ ବନ୍ଦ , ଯିଏ ବିକିବ କିମ୍ଵା ଖାଇବ ତାକୁ ଶାସ୍ତି ଓ ପୋଲିସ ରେ ହସ୍ତାନ୍ତର । ଚାଲ ଆମେ ଏକାଠି ହେବା , ଗ୍ରାମରୁ ମଦ କୁ ହଟାଇ ଦେବା । ଗ୍ରାମବାସୀ ମିଶି ରାଣ ଖାଇବା , ଗ୍ରାମରୁ ମଦ ହଟାଇ ଦେବା । ପରିବେଶ ଦୁଷିତ କରୁଛି କିଏ , ମଦ ବେପାରୀ ଆଉ କିଏ ।ନିଜ ଗାଁ ରୁ ମଦ ହଟାଇ ଦିଅ , ନିଜ ଜୀବନ କୁ ନିଜେ ବଞ୍ଚାଅ । ଏହା ଥିଲା ବେଗୁନିଆପଡା ବ୍ଲକ କେ .ବରିଡା ପଞ୍ଚାୟତ ଅନ୍ତର୍ଗତ ନିମିନା ଗ୍ରାମରେ ମଦ ମୁକ୍ତି ଗ୍ରାମ ଅଭିଯାନର ସ୍ଲୋଗାନ । ଦୀର୍ଘ ଦିନ ହେବ ଏହି ଗ୍ରାମରେ ବହୁଳ ମଦ ବିକ୍ରି ହେଉଥିବା ଫଳ ରେ ଯୁବ ଗୋଷ୍ଠି ପଥଭ୍ରଷ୍ଟ ହୋଇ ପରିବାର ସହିତ ଅଶାନ୍ତି ,ଅପ୍ରୀତିକର ପରିସ୍ଥିତି ଓ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିବା ନେଇ ଅଭିଯୋଗ ମାନ ହୋଇ ଆସୁଥିଲା । ଏହାକୁ ସବୁଦିନ ପାଇଁ ବନ୍ଦ କରିବା ନିମନ୍ତେ ଗ୍ରାମବାସୀ , ଏସହେଚଜି ମା , ଅଙ୍ଗନୱାଡି , ଆଶା , ସିଆରପି ,ଏମ୍ବୀକେ , ବ୍ୟାଙ୍କ ମିତ୍ର ,ଏକତ୍ରିତ ହୋଇ ପ୍ରଶାସନକୁ ଅବଗତ କରାଇଥିଲେ । ଆଜି ସୋମବାର ସକାଳୁ ସରପଞ୍ଚ ଚିତ୍ରସେନ ନାୟକଙ୍କ ଉପସ୍ଥିତିରେ ଗ୍ରାମର ଯୁବଗୋଷ୍ଠୀ ,ପଞ୍ଚାୟତ ବିଜେଡି ସଭାପତି ଗୌତମ ମଳିକ ,ସିଆରପି ସୁକାନ୍ତି ମଳିକ ,ଏମ୍ବୀକେ ଲିଲି ବେହେରା ,ବ୍ୟାଙ୍କ ମିତ୍ର ସୁନିତା ପରିଡା , ଏସହେଚଜି ମାଁ ସମେତ ବୁଦ୍ଧିଜୀବୀ , ସମାଜସେବୀ ଉପସ୍ଥିତ ରହି ମଦ ବିରୋଧୀ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିବା ସହିତ ଲୋକଙ୍କୁ ସଚେତନ କରିଥିଲେ । ଆଜିଠାରୁ ଯେଉଁମାନେ ମଦ ବିକନ୍ତି କିମ୍ଵା ପିଅନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏଵଂ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ଚେତାବନି ଦେଇଛନ୍ତି । ଗ୍ରାମବାସୀଙ୍କ ଏହି ଉଦ୍ୟମକୁ ପଞ୍ଚାୟତ ବାସୀ ପ୍ରସଂଶା କରିଛନ୍ତି ।

Leave A Reply

Your email address will not be published.