ନିଜ ହାତ ରେ ଅତିରିକ୍ତ ତହସିଲଦାର ଶୁଖିଲାଖାଦ୍ୟ ବାଣ୍ଟିଲେ ।

0 71

ପଦ୍ମପୁର,(ପିପିଟି ନ୍ଯୁଜ୍)୧୩/୦୪:- ପଦ୍ମପୁର ଅତିରିକ୍ତ ତହସିଲଦାର ମ୍ୟାଡମ୍ ସରିତା ଗୁପ୍ତା,ରାଜସ୍ୱ ନିରୀକ୍ଷକ ଟିକେଶ୍ୱର ବାବୁ ଙ୍କ ତତ୍ୱାବଧାନରେ ଆଜି ସକାଳ ୧୦ ଘଟିକା ସମୟରେ ଜୟଜବାନ କ୍ଳବ ଦିପ୍ତିପୁର ଓ ଜଟାଧାରୀ କ୍ଳବ ଟାଲ ର ମିଳିତ ଆନୁକୂଲ୍ୟରେ ପ୍ରଶାସନ ର ସମସ୍ତ ନିୟମ କୁ ଆଖିଆଗରେ ରଖିପଲସାପାଲି ପଂଚାୟତ ରେ ବସବାସ କରୁଥିବା ସମସ୍ତ ଖଟିଖିଆ ଦିନମଜୁରୀଆ ଓ ଅସହାୟ ବୁଢ଼ାବୁଢ଼ି ଙ୍କୁ ମ୍ଯାଡମ୍  ନିଜ ହାତରେ ଶୁଖିଲାଖାଦ୍ୟ ବାଣ୍ଟିବାର ପ୍ରୟାସ କୁ ଲୋକେ ପ୍ରଶଂସା କରିଥିଲେ ପାଖଆଖ ଗାଁ ଯଥା,ପଲସାପାଲି,ସମାରପାଲି,ନୁଆଁପାଲି,ସାରଙ୍ଗପୁର,ଘନାମାଲ ଓ ଅମାମୁଣ୍ଡା ଗ୍ରାମର ୧୫୦ ରୁ ଅଧିକ ଲୋକଙ୍କୁ ଉଭୟ କ୍ଲବ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲାା ଏଠାରେ ଉଲ୍ଲେଖନୀୟ ଏହିକି ଦିର୍ଘ ୯ ଦିନ ହେଲା ଉଭୟ ଜଟାଧାରୀ ଓ ଜୟଜବାନ କ୍ଲବ ମିଳିତ ଭାବେ ଅଂଚଳ ର ବିଭିନ୍ନ ଗାଁ ମାନଙ୍କୁ ଯାଇ ଶୁଖିଲାଖାଦ୍ୟ ବାଣ୍ଟି ଏକ ଉଦାହରଣ ସମାଜ ପାଇଁ ସୃଷ୍ଟି କରିଛନ୍ତିା ତାଙ୍କର ଏଭଳି ମହତକାର୍ଯ୍ୟକ୍ରମ ପାଇଁ ମ୍ୟାଡମ ସରତା ଗୁପ୍ତା ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଜଣାଇଛନ୍ତିା
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.