ନିଜ ଜୀବନକୁ ଖାତିର ନକରି ବୁଡିଯାଉଥିବା ୭୨ବର୍ଷର ବୃଦ୍ଧାଙ୍କ ଜୀବନ ବଞ୍ଚାଇଲେ ମହେଶ୍ୱର ।

0 239

ଯାଜପୁର :୧୧/୦୬, ନିଜ ଜୀବନକୁ ଖାତିର ନକରି ବୁଡିଯାଉଥିବା ୭୨ବର୍ଷର ବୃଦ୍ଧାଙ୍କ ଜୀବନ ବଞ୍ଚାଇଲେ ମହେଶ୍ୱର ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର କଲ୍ୟାଣେଶ୍ୱର ଅଂଚଳରେ । ନଦୀର ପ୍ରବଳ ସ୍ରୋତରେ ବୃଦ୍ଧାଭାସି ଯାଉଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ତାଙ୍କୁ ଉଦ୍ଧାର କଲେ ଜଣେ ଯୁବକ । ଏହି ଘଟଣାର ଭିଡିଓ କଏଦ ହୋଇଛି ମୋବାଇଲ କ୍ୟାମେରାରେ । ଏଠାକାର ଖରସ୍ରୋତା ନଦୀରେ ମାଂସଡା ଦଧିବାବନପୁର ଅଂଚଳର ୭୨ ବର୍ଷୀୟ ବୃଦ୍ଧା ମଲ୍ଲୀ ବେହେରା ଗାଧୋଉଥିବା ବେଳେ ପ୍ରଖର ନଦୀ ଜଳରେ ଭାସି ଯାଇଥିଲେ । ତାଙ୍କୁ ଭାସି ଯାଉଥିବା ଦେଖି ରଣପୁର ଅଂଚଳର ସାହସୀ ଯୁବକ ମହେଶ୍ୱର ମଲ୍ଲିକ ତୁରନ୍ତ ନଦୀ ଭିତରକୁ ଡେଇଁ ତାଙ୍କୁ ଉଦ୍ଧାର କରିଥିଲେ । ନଦୀ କୂଳରେ ଥିବା ଆଉ କିଛି ଲୋକ ଦଉଡ଼ି ସାହାଯ୍ୟରେ ଉଭୟଙ୍କୁ ନଦୀ କୂଳକୁ ଟାଣି ଆଣିଥିଲେ । ମହେଶ୍ୱରଙ୍କ କାର୍ଯ୍ୟକୁ  ନେଇ ସବୁଆଡେ ପ୍ରଶଂସାର ସୁଅ ଛୁଟୁଛି । ଅନ୍ୟପଟେ ଉଦ୍ଧାର ହେବା ବେଳେ ଅଚେତ ହୋଇ ପଡ଼ିଥିବା ବୃଦ୍ଧା ଜଣକ ଏବେ ସୁସ୍ଥ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.