ନିଃସହାୟଙ୍କୁ ସହାୟତାର ହାତ ବଢାଇଲେ ଉପଜିଲ୍ଲାପାଳ ।

0 596

ପଦ୍ମପୁର,୦୨/୦୭(ପିପିଟି);ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ଗାଇସିଲେଟ ବ୍ଲକ ର ରାଇସଲପଦର ଗ୍ରାମକୁ ଅଚାନକ ଭାବେ ପରିଦର୍ଶନରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପହଞ୍ଚି ଦୀର୍ଘ ଦିନରୁ କିଡିନି ରୋଗରେ ଆକ୍ରାନ୍ତ ଥିବା ହେମଚନ୍ଦ୍ର ସାହୁଙ୍କୁ ଭେଟି ଭଲମନ୍ଦ ଶୁଣିବା ପରେ ଶ୍ରୀ ଦରୁୱାନ ଡାଇଲେସିସ୍ ପାଇଁ ଖର୍ଚ୍ଚ ହେଉଥିବା ରାଶି ଓ ଯାତାୟତ ଖର୍ଚ୍ଚ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ସହ କିଛି  ଆଶ୍ୱାସନା ଦେଇଥିଲେ । ତତ ସଂଗେ ସଂଗେ ଅନ୍ତର୍ଦୋୟ ରାସନ କାର୍ଡ ଓ ଭତ୍ତା ଦେବାପାଇଁ ଉପରିସ୍ଥ କର୍ମଚାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । କିଡିନି ରେ ଆକ୍ରାନ୍ତ ଥିବା ହେମଚନ୍ଦ୍ରଙ୍କୁ  ସପ୍ତାହରେ ଥରେ ଦୁଇଥର ଡାଇଲେସିସ୍ ହେବାକୁ ପଡିଥାଏ ବେସରକାରୀ ଡାକ୍ତର ଖାନାରେ । ପରିବାର କହିଲେ ତିନି ପ୍ରାଣୀ କୁଟୁମ୍ବ । ତାଙ୍କ ସ୍ତ୍ରୀ ସମେତ ଏକ ମାତ୍ର ଝିଅ । ପରିସ୍ଥିତିକୁ ଆଖି ଆଗରେ ରଖି ସରକାରଙ୍କ ପ୍ରଚଳିତ ସୁବିଧା ସୁଯୋଗ ପ୍ରଦାନ କରିବାକୁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଲା ପରେ ରାଇସଲପଦର ର ମାଁ ଭଉଣୀ ତଥା ଜନ ସାଧାରଣଙ୍କୁ ମହାମାରୀ କରୋନାଠୁ ନିଜେ ନିଜକୁ ଦୂରେଇ ରହନ୍ତୁ । କୋଭିଡ-୧୯ ର ସରକାରୀ ନିର୍ଦ୍ଦେଶନାମା ଅନୁସାରେ ନିୟମ ମାନି ଚଳନ୍ତୁ । ସାମାଜିକ ଦୂରତା ସହ ସଦାସର୍ବଦା ମାସ୍କ ବ୍ୟବହାର କରି ଘରେ ରୁହନ୍ତୁ ଏବଂ ପରିବାର ସହ ସୁରକ୍ଷିତ ରୁହନ୍ତୁ ବୋଲି ଉପଦେଶ ପ୍ରଦାନ କରି ପଦ୍ମପୁର ପ୍ରତ୍ୟାବର୍ତ୍ତନ କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.