ନରେନ୍ଦ୍ରପୁର ରେ ଆଇସୋଲେସନ ୱାର୍ଡ ତଦାରଖ ।

0 242

ଶେରଗଡ଼ ୨୨/୦୪ -ଗଞ୍ଜାମ ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ  ସ୍ଥିତ ରାଜୀବ ଗାନ୍ଧି ସେବା ସଦନ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ ତତ୍ତ୍ୱାବଧାନରେ ଏକ କରୋନା ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ସଚେତନତା କାର୍ଯ୍ୟକ୍ରମ  ହାଇ ସ୍କୁଲ,କଲ୍ୟାଣ ୟୁପି ସ୍କୁଲ ଆଇସୋଲେସନ କେନ୍ଦ୍ର ପ୍ରସ୍ତୁତି କରିବା ସହ ଆଇସୋଲେସନ ୱାର୍ଡ ବୁଲି ତଦାରଖ କରିଥିଲେ ରହିବା ଖାଇବା ବ୍ୟବସ୍ଥା ପାଇଁ ଓ ଗ୍ରାମ ରେ ଥିବା ନଳକୂଅ ସଜାଡ଼ିବା ଆଲୋଚନା ହୋଇଥିଲା । ବିଡ଼ିଓ ଶ୍ରୀ ସାହୁ କହିଥିଲେ କି ବାହାର ରାଜ୍ୟରୁ କି ବାହାର ଜିଲ୍ଲାରୁ ଆସିଲେ କୋରାଣ୍ଟାଇନରେ ରହିବାକୁ ହେବ ବୋଲି ବୁଝାଇ ଥିଲେ ଏଥିରେ ଜେଇ ଉମେଶ ଚନ୍ଦ୍ର ବେହେରା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଦାସ, ବ୍ଲକ ଯୁବ ବିଜେଡ଼ି ସଭାପତି, ସନ୍ତୋଷ କୁମାର ପଟ୍ଟନାୟକ, ସରପଞ୍ଚ ଶ୍ରୀ ବିନୋଦ କୁମାର ବେହେରା ,ସେମିତି ସଭ୍ୟ, ଅଙ୍ଗନବାଡ଼ିକର୍ମୀ, ଆଶାକର୍ମୀ, ପଞ୍ଚାୟତ ବିଜୁ ଯୁବବାହିନୀ ସଭାପତି ଦୀପୁ ପାତ୍ର, ସମ୍ପାଦକ, ସଂଜୟ କୁମାର ସ୍ୱାଇଁ,ୱାର୍ଡ ମେମ୍ବର, ଅଙ୍ଗଦ ପୋଲାଇ ଉପସ୍ଥିତ ଥିଲେ !ପ୍ରକାଶ ଥାଉ କି ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେରଗଡ ବ୍ଳକର ସମସ୍ତ ସରପଞ୍ଚ ମାନଙ୍କୁ ଭିଡିଓ କନଫରେନ୍ସ ଜରିଆରେ ସଜାଗ ରହିବାକୁ କହିଥିଲେ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.