ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ସୁରତ ଆସିଥିବା ୭୧ ଜଣ କ୍ବାରେଣ୍ଟାଇନ ରେ ରହିଲେ ।

0 293

ଶେରଗଡ,(ପିପିଟି), ୦୪/୦୫, ବ୍ଲକକୁ ସୋମବାର  ସକାଳ ୯ ଟା ୩୦ ବେଳେ ସୁରତରୁ ପୁଣି ଏକ ବସ ନଂ GJ03 ,W ,9849 ଆସି ପହଞ୍ଚିଛି।ଉକ୍ତ ଗାଡ଼ି ରେ ପିତ୍ତଳ ଗ୍ରାମ ପଞ୍ଚାୟତର ୪୦ ଜଣ ଓ ଅନ୍ୟ ଗ୍ରାମ ର ୩୧ ଯାତ୍ରୀ ସମୁଦାୟ  ୭୧ଜଣ ଯାତ୍ରୀଙ୍କୁ ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ରେ ଆସି କ୍ବାରେଣ୍ଟାଇନ ରେ ରହିଲେ। ଯାତ୍ରୀ ମାନେ ମାନଙ୍କ ମଧ୍ୟରୁ ୭୦ ଜଣ ପୁରୁଷ ସହ ଜଣେ ମହିଳା ଅଛନ୍ତି ନରେନ୍ଦ୍ରପୁର ପହଞ୍ଚିବା ପରେ ଏକ ସ୍ୱାସ୍ଥ୍ୟ ଟିମ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରା ଯାଇଛି।ଉକ୍ତ ୭୧ଜଣ ଙ୍କୁ ୧୪ ଦିନ କ୍ବାରେଣ୍ଟାଇ ରେ ରଖାଯାଇଛି। ଆଉ ଏକ ବସ ଯୋଗେ ସନ୍ଧ୍ୟା ରେ ନରେନ୍ଦ୍ରପୁର  ପହଞ୍ଚିବେ।ସେମାନଙ୍କୁ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ଓ ୟୁପି ସ୍କୁଲ ରେ ରଖାଯିବ ବୋଲି  ପ୍ରଶାସନ ସୂତ୍ରରୁ ପ୍ରକାଶ।ତହସିଲଦାର ଡ଼ ଦାୟସିନ୍ଧୁ ପରିଡ଼ା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସରୋଜ କୁମାର ଦାସ ,ରାଜସ୍ୱ ନିରୀକ୍ଷକ ବାବୁଲା ଦଳାଇ, ସରପଞ୍ଚ ବିନୋଦ କୁମାର ବେହେରା ,ବିଜୁ ଯୁବ ବାହିନୀ ସଭାପତି ଓ ସମ୍ପାଦକ ,ଦିପୁ ପାତ୍ର ,ସଞ୍ଜୟ କୁମାର ସ୍ୱାଇଁ,ଅଙ୍ଗଦ ପୋଲାଇ ସହ ବହୁ ବ୍ୟକ୍ତି ପରିଚାଳନା ଦାୟିତ୍ୱ ରେ ଥିଲେ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.