ନବମ ଫୁଲଚରାଣୀ ଫୁଟବଲ ସୁପର ଲିଗ ଉଦଘାଟିତ ।

0 276

ଉଲୁଣ୍ଡା,୦୨/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ଉପଖଣ୍ଡ ର ବାଗବର ପଞ୍ଚାୟତ ଅନ୍ତର୍ଗତ ଫୁଲଚରା ଖେଳପଡିଆରେ ୯ ତମ ଫୁଲଚରାଣୀ ଫୁଟବଲ ସୁପର ଲିଗ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପୂର୍ବତନ ସରପଞ୍ଚ ରାଧାକାନ୍ତ ବାଘ ମୁଖ୍ୟ ଅତିଥି ଓ ପୂର୍ବତନ ସରପଞ୍ଚ ଧର୍ମେନ୍ଦ୍ର ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚରେ ରକ୍ସା ଓ ଫୁଳଚରା ବ୍ଲାକ ଡାଇମଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ରକ୍ସା ଦଳ ଟ୍ରାଇବ୍ରେକର ଜରିଆରେ ୫-୪ ଗୋଲରେ ବିଜୟୀ ହୋଇଥିଲା । ଅପରାହ୍ନ ସମୟରେ ଭାରତ ଗ୍ୟାସ ଓ ସଂଗ୍ରାମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ଗ୍ୟାସ ଦଳ ୨-୦ ଗୋଳରେ ବିଜୟୀ ହୋଇଥିଲା । ପରେ ଅନୁଷ୍ଠିତ ପ୍ରଥମ କ୍ୱାଟର ଫାଇନାଲ ମ୍ଯାଚ ଭାରତ ଗ୍ୟାସ ଓ ରକ୍ସା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନବମ ଫୁଲଚରାଣୀ ଫୁଟବଲ ସୁପର ଲିଗ ଉଦଘାଟିତ ଫଳରେ ଭାରତ ଗ୍ୟାସ ଦଳ ୩-୨ ଗୋଲରେ ବିଜୟୀ ହୋଇଥିଲା । ସୁଦାମ ଜଗଦଲା, ପ୍ରଶାନ୍ତ ସେଠୀ, ଅଜିତ ନାଏକ ରେଫରୀ ଭାବେ ଖେଳ ପରିଚାଳନା କରିଥିଲେ । ଉପେନ୍ଦ୍ର, ଅଚ୍ୟୁତାନନ୍ଦ, ହେମନ୍ତ, ମନୋରଞ୍ଜନ, ହର, ଦିଲ୍ଲୀପ, ସନତ ,ପ୍ରମୋଦ, ଶୁଭଙ୍କର, ସନ୍ତୋଷ ସହ କମିଟି ର ଅନ୍ଯାନ୍ଯ ସଭ୍ୟ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

Leave A Reply

Your email address will not be published.